________________
୨ ୯
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
() ନୂଆ ଜେନେରେଶନ, ହେଲ୍ଦି ମାଇଣ୍ଡବାଲା
ଦାଦାଶ୍ରୀ : ରବିବାର ଦିନ ପାଖରେ ସତସଙ୍ଗ୍ ହେଉଛି, ତେବେ କାହିଁକି ଆସୁନାହିଁ ?
ପ୍ରଶ୍ନକର୍ଷା : ରବିବାର ଦିନ ଟି.ଭି. ଦେଖୁବାକୁ ଥାଏ ନା, ଦାଦାଜୀ !
ଦାଦାଶ୍ରୀ : ଟି.ଭି. ଆଉ ତୁମର କ’ଣ ସମ୍ବନ୍ଧ ? ଏ ଚଷମା ଲାଗି ଗଲାଣି, ତଥାପି ଟି.ଭି. ଦେଖୁଛ ? ଆମ ଦେଶ ଏପରି ଅଟେ ଯେ ଟି.ଭି. ଦେଖୁକୁ ପଡ଼େ ନାହିଁ, ନାଟକ ଦେଖୁବାକୁ ପଡ଼େ ନାହିଁ, ସେସବୁ ଏଇଠିକୁ ଏଇଠି ରାସ୍ତାରେ ହେଉଥାଏ
ନା !
| ପ୍ରଶ୍ନକର୍ତ୍ତା : ଆଧାମ୍ ରାସ୍ତାରେ ଚାଲିବାର ସମୟ ଯେତେବେଳେ ଆସି ପହଞ୍ଚିବ ସେତେବେଳେ ଟି.ଭି. ଦେଖୁବା ବନ୍ଦ ହୋଇଯିବ ନା ?
ଦାଦାଶ୍ରୀ : କୃଷ୍ଣ ଭଗବାନ ଗୀତାରେ କହିଛନ୍ତି ଯେ ମନୁଷ୍ୟ ବ୍ୟର୍ଥ ସମୟ ବିଗାଡୁଅଛି । ରୋଜଗାର ପାଇଁ ଚାକିରିକୁ ଯିବା ଅନର୍ଥ କୁହାଯାଏ ନାହିଁ । ଯେପର୍ଯ୍ୟନ୍ତ ସେ ଦୃଷ୍ଟି ନ ମିଳିଛି, ସେପର୍ଯ୍ୟନ୍ତ ଏହି ଦୃଷ୍ଟି ଛୁଟେ ନାହିଁ ।
। ଲୋକମାନେ ବି ପଶୁଙ୍କ ପରି ଶରୀରରେ ଦୁର୍ଗନ୍ଧବାଲା କାଦୁଅ କେବେ ମଳନ୍ତି ? ଯେତେବେଳେ ତାଙ୍କୁ ଅର୍ଚଦାହ ହୁଏ । ଏ ଟି.ଭି. ସିନେମା ସବୁ ଦୁର୍ଗନ୍ଧବାଲା । କାଦୁଅ ପରି ହିଁ ଅଟେ । ସେଥିରୁ କିଛି ସାରତକ୍ ବାହାରେ ନାହିଁ । ମୋତେ ଟି.ଭି. ପ୍ରତି କିଛି ବିରୋଧ ନାହିଁ । ପ୍ରତ୍ୟେକ ଜିନିଷ ଦେବା ପାଇଁ ଛାଡ଼ ଥାଏ କିନ୍ତୁ ଗୋଟିଏ ପଟେ ପାଞ୍ଚଟା ଦଶରେ ଟି.ଭି. କାର୍ଯ୍ୟକ୍ରମ ଥିବ ଏବଂ ଅନ୍ୟ ପଟେ ପାଞ୍ଚଟା ଦଶରେ ସତସଙ୍ଗ୍ ଥିବ, ତେବେ କ’ଣ ପସନ୍ଦ କରିବ ? ଏଗାରଟାରେ ପରୀକ୍ଷା ଥିବ ଆଉ
ଏଗାରଟାରେ ଭୋଜନ କରିବାର ଥିବ ତେବେ କ’ଣ କରିବ ? ଏହିପରି ସମଝି । ରହିବା ଉଚିତ । | ପ୍ରଶ୍ନକର୍ତ୍ତା : ରାତି ଡେରି ଯାଏଁ ଟି.ଭି. ଦେଖୁଛନ୍ତି, ଏଣୁ ପୁଣି ଶୋଉ ନାହାନ୍ତି
ନା
?
। ଦାଦାଶ୍ରୀ : କିନ୍ତୁ ଟି.ଭି. ତ ତୁମେ କିଣି ଆଣିଲି ସେଥିପାଇଁ ଦେଖୁଛନ୍ତି ନା ? ତୁମେ ହିଁ ସବୁ ବିଗାଡ଼ିଛି ପିଲାଙ୍କୁ । ଏହି ମାତା-ପିତା ହିଁ ପିଲାମାନଙ୍କୁ ବିଗାଡ଼ିଛନ୍ତି, ଉପରୁ ଟି.ଭି. ଆଣିଲେ ଘରକୁ ! ପ୍ରଥମରୁ କ’ଣ କମ୍ ତୋଫାନ( ସମସ୍ୟା) ଥିଲା, ଯେ ଆଉ ଗୋଟେ ବଢ଼େଇଲ ?