________________
। ୨୭
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
ପ୍ରଶ୍ନକର୍ତ୍ତା : ଆମେରିକାରେ ଦାଦା ଅନେକ ପିଲାଙ୍କୁ ଏକଦମ ‘ଟର୍ନ (ପରିବର୍ଭନ) କରି ଦେଇଛନ୍ତି ।
। ଦାଦାଶ୍ରୀ : ହଁ, ସେମାନଙ୍କର ମାତା-ପିତା ଅଭିଯୋଗ ନେଇ ଆସିଥିଲେ ଯେ ଆମ ପିଲାମାନେ ବିଗିଡ଼ି ଯାଉଛନ୍ତି, ତାଙ୍କର କ’ଣ କରିବୁ ? ମୁଁ କହିଲି, ‘ତୁମେ କେବେ ସୁଧୁରିଥିଲ ଯେ ପିଲାମାନେ ବିଗିଡ଼ି ଗଲେ ! ତୁମେ ମାଂସାହାର କରୁଛ ?” ତେବେ କହିଲେ, “ହଁ, କେବେ କେବେ ।’ ‘ମଦ ପିଇବା ଟା ?? ତ କହିଲେ, “ହଁ , କେବେ କେବେ ।’ ଏଣୁ ଏ ପିଲାମାନେ ବୁଝନ୍ତି ଯେ ଆମ ବାପା କରୁଛନ୍ତି ଏଣୁ ଏହା କରିବା ଯୋଗ୍ୟ ଜିନିଷ ଅଟେ । ଯାହା ହିତକାରୀ ଅଟେ ତାହା ହିଁ ଆମ ବାପା କରୁଥବେ ନା ? ଏସବୁ ତୁମକୁ ଶୋଭା ଦେଉନାହିଁ । ପୁଣି ସେ ପିଲାମାନଙ୍କୁ ମାଂସାହାର ଛଡ଼େଇ ଦେଲି । ସେ ପିଲାମାନଙ୍କୁ କହିଲି ଯେ ‘କ’ଣ ଏ ଆଳୁ ତୁ କାଟି ପାରିବୁ ? କ’ଣ ଏ ଅମୃତଭଣ୍ଡା ତୁ କାଟି ପାରିବୁ ? କ’ଣ ଏ ଆପେଲ୍ସେଓ) ତୁ କାଟି ପାରିବୁ ? ଏସବୁ କାଟି ପାରିବୁ ?” “ହଁ, ସବୁ କାଟି ପାରିବି ।” ମୁଁ କହିଲି, ‘ବୋଇତାଳୁ ଏତେ ବଡ଼ ହୋଇଥିବ, ତେବେ ?' ‘ଆରେ ! ତାହା ମଧ୍ୟ କାଟି ପାରିବି ।” ‘କାକୁଡ଼ି ଏତେ ବଡ଼ ହୋଇଥିବ ତେବେ ତାହା ମଧ୍ୟ କାଟି ପାରିବି ।” ସେହି ସମୟରେ ‘ହାର୍ଟ’ (ହୃଦୟ) ଉପରେ ପ୍ରଭାବ ପଡ଼ିବ ?” କହିଲା, “ନା ।” ପୁଣି ମୁଁ ପଚାରିଲି, ‘ଛେଳି କାଟି ପାରିବୁ ?' ସେତେବେଳେ କହିଲା, “ନା।’ କୁକୁଡ଼ା କାଟି ପାରିବୁ ? ସେତେବେଳେ କହିଲା, “ନା, ମୋ ଦ୍ଵାରା କଟିବ ନାହିଁ ।” ଏଣୁ ଯାହା ତୋ ହାର୍ଟ କାଟିବାକୁ ‘ଏସ୍କେପ୍ତ (ସ୍ୱାକାର) କରେ, କେବଳ ସେତିକି ଜିନିଷ ତୁ ଖାଇବୁ । ତୋ ହାର୍ଟ ଏବୈପ୍ତ କରେ ନାହିଁ, ହାର୍ଟକୁ ପସନ୍ଦ ନୁହେଁ, ନ ରୁଚେ ସେମିତି ଜିନିଷ ଖାଇବୁ ନାହିଁ । ନହେଲେ ତାହାର ପରିଣାମ ବିପରୀତ ହେବ ଏବଂ ସେ ପରମାଣୁ ତୋ ହାର୍ଟ ଉପରେ ପ୍ରଭାବ ପକାଇବେ । ପରିଣାମ ସ୍ଵରୁପ, ପିଲାମାନେ ସବୁ ଭଲ ଭାବରେ ବୁଝିଗଲେ ଏବଂ ଛାଡ଼ିଦେଲେ ।
| (ପ୍ରସିଦ୍ଧ ଲେଖକ) ‘ବର୍ମାଡ଼ ଶା’ଙ୍କୁ କେହି ପଚାରିଲା, “ଆପଣ ମାଂସାହାର କାହିଁକି କରୁନାହାନ୍ତି ? ସେ କହିଲେ, “ମୋ ଶରୀର ଶ୍ମଶାନଘାଟ ନୁହେଁ, ଏହା ଛେଳି କୁକୁଡ଼ାଙ୍କ ଶ୍ମଶାନଘାଟ ନୁହେଁ ।’ କିନ୍ତୁ ତାହାର ଫାଇଦା କ’ଣ ? ସେତେବେଳେ ସେ କହିଲେ, ‘ଆଇ ୱାଣ୍ଟ ଟୁ ବି ଏ ସିଭିଲାଇଡ ମ୍ୟାନ ।’ (ମୁଁ ସୁସଂସ୍କୃତ ମଣିଷ ହେବାକୁ ଚାହୁଁଛି) । ତଥାପି କୁହନ୍ତି, କ୍ଷତ୍ରିୟଙ୍କୁ ଏହି ଅଧୁକାର ଅଛି, ମାତ୍ର ଯଦି ତାଙ୍କଠାରେ କ୍ଷତ୍ରିୟତା ଥିବ, ତେବେ ଅଧିକାର ଅଛି ।