________________
୧୬ ।
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ତେବେ ଏପରି ହେବା ପାଇଁ ପାପାଙ୍କୁ କ’ଣ କରିବା ଉଚିତ ?
ଦାଦାଶ୍ରୀ : ଯେତେବେଳେ ମୋତେ ପିଲାମାନେ ଭେଟନ୍ତି ନା, ପିଲାମାନଙ୍କୁ ମୋ ବିନା ଭଲଲାଗେ ନାହିଁ । ବୁଢ଼ାମାନେ ଭେଟନ୍ତି, ତେବେ ବୁଢ଼ାମାନଙ୍କୁ ବି ମୋ ବିନା ଭଲ ଲାଗେ ନାହିଁ । ଯୁବଗୋଷ୍ଠୀ ଭେଟନ୍ତି ତେବେ ସେମାନଙ୍କୁ ମଧ୍ୟ ମୋ ବିନା ଭଲ ଲାଗେ ନାହିଁ ।।
ପ୍ରଶ୍ନକର୍ତ୍ତା : ଆମକୁ ମଧ୍ୟ ଆପଣଙ୍କ ପରି ହେବାର ଅଛି ।
। ଦାଦାଶ୍ରୀ : ହଁ, ଯଦି ତୁମେ ମୋ ପରି କରିବ ତେବେ ସେହିପରି ହୋଇଯିବ । ଯଦି ତୁମେ କୁହ, ‘ପେସୀ ଆଣ ।’ ତେବେ ସେ କହିବେ, ‘ନାହିଁ ।’ ‘ତେବେ
କୌଣସି ଅସୁବିଧା ନାହିଁ, ପାଣି ନେଇ ଆସ ।’ ଯେବେକି ଏମାନେ ତ କହିବେ, ‘ପେସ୍ତ୍ରୀ କାହିଁକି ଆଣିକି ରଖୁ ନାହିଁ ?” ଏହା ହେଲା ଗଡ଼ବଡ଼ ପୁଣି ଥରେ । ମୋତେ ତ ଦ୍ବିପ୍ରହର ଭୋଜନର ସମୟ ହୋଇଥିବ ଏବଂ ଯଦି କହିବେ ଯେ ‘ଆଜି ତ ରୋଷେଇ କରିନାହିଁ ।” ତେବେ ମୁଁ କହିବି ଯେ “ଠିକ ଅଛି, ଆଣ ଟିକିଏ ପାଣି ପିଇ ଦେବା, ବାସ୍ ।’ ‘ତୁମେ କାହିଁକି ରୋଷେଇ କଲନାହିଁ’ କହିଲ ମାନେ ପୌଜଦାର ହୋଇଗଲା । ସେଠାରେ ଫୌଜଦାରୀ କରିବାରେ ଲାଗନ୍ତି ।
(୫) ବୁଝାଇଲେ ସୁଧୁରିବେ, ପିଲାମାନେ
ଏ କିଟ୍-କିଟ୍ କରିବା ଅପେକ୍ଷା ମୌନ ରହିବା ଭଲ, ନ କହିବା ଭଲ । ପିଲାମାନେ ସୁଧୁରିବା ଅପେକ୍ଷା ବିଗିଡ଼ି ଯାଆନ୍ତି, ଏଣୁ ଏକ ଅକ୍ଷର ବି କହିବ ନାହିଁ । ବିଗିଡ଼ି ଯାଆନ୍ତି, ତାହାର ଉତ୍ତରଦାୟିତ୍ବ ଆମର ଅଟେ । ଏହା ବୁଝିବା ଭଳି କଥା ଅଟେ ନା ?
। ତୁମେ କୁହ ଯେ ଏପରି କରନାହିଁ, ତେବେ ଓଲଟା ହିଁ କରେ । ‘କରିବି, ଯାଅ ଯାହା କରିବା କଥା କର ।’ ଓଲଟା ସେ ବେଶୀ ବିଗିଡ଼ି ଯାଏ । ପିଲାମାନେ ଆମ ଇଜ୍ଜତ ମାଟିରେ ମିଶେଇ ଦିଅନ୍ତି । ଏହି ଭାରତୀୟ ମାନଙ୍କୁ ଜୀବନ ଜିଇଁବା ମଧ୍ୟ ଆସିଲା ନାହିଁ ! ବାପ ହେବା ଆସିଲା ନାହିଁ ଆଉ ବାପ ହୋଇ ବସି ଯାଇଛନ୍ତି ।
ସେଥିପାଇଁ ଏମିତି ସେମିତି ମୋତେ ବୁଝାଇବାକୁ ପଡୁଛି, ପୁସ୍ତକ ପ୍ରକାଶିତ କରିବାକୁ ପଡୁଛି । ନହେଲେ ଯେଉଁମାନେ ଆମ ଜ୍ଞାନ ନେଇଛନ୍ତି, ସେମାନେ ତ ପିଲାମାନଙ୍କୁ ବହୁତ ଭଲ ଭାବେ ଗଢ଼ି ପାରିବେ । ତା’କୁ ବସେଇ, ମୁଣ୍ଡରେ ହାତ ବୁଲାଇ ପଚାର ଯେ, ‘ପୁଅ, ଏହା ଭୁଲ ହେଲା, ତୋତେ ଏପରି ଲାଗୁନାହିଁ !”