SearchBrowseAboutContactDonate
Page Preview
Page 102
Loading...
Download File
Download File
Page Text
________________ ୮୫ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର କରାଇବାରେ ହୋସୀୟାର ଅଟେ ।’ ଏମାନେ ଡିସାଇଡ଼ କରି ସାରିଛନ୍ତି, ତେବେ ମମୀ ଯାହା ପାସ କରାଇବ ତାହା । ସେହିପରି ହେବ । | ପ୍ରଶ୍ନକର୍ତ୍ତା : ମୋ ସାନ ଝିଅ ପଚାରୁଛି ଯେ ଏମିତି କେମିତି ବାହା ହୋଇଯିବି, ପୁଣି ତ ସାରା ଜୀବନ ବିଗିଡ଼ି ଯିବ ନା ? ପ୍ରଥମେ ପୁଅକୁ ଭଲ ଭାବରେ ଦେଖୁନିଏ ଏବଂ ଜାଣିନିଏ ଯେ ପୁଅ ଭଲ ଅଟେ ନା ନାହିଁ, ପରେ ବାହାହୋଇ ହେବ ନା !’ ଏଭଳି ମୋତେ ସବୁବେଳେ ପ୍ରଶ୍ନ ପଚାରୁଛି । ତେବେ ଏହାର ସଲ୍ୟୁଶନ (ସମାଧାନ) କ’ଣ ଦାଦାଜୀ ? ଦାଦାଶ୍ରୀ : ସବୁଲୋକ ଦେଖୁକରି ହିଁ ବାହା ହୁଅନ୍ତି ଏବଂ ପରେ ମାରାମାରି ଏବଂ ଝଗଡ଼ା ହୁଏ । ଯେଉଁମାନେ ବିନା ଦେଖାରେ ବାହାହେଲେ, ସେମାନଙ୍କର ବହୁତ ଭଲ ଚାଲୁଛି । କାହିଁକିନା ପ୍ରକୃତିର ଭେଟ ଅଟେ ଯେବେକି ସେଠି ତ ନିଜର କୁଶଳତା ଦେଖାଇଲା । ଆମର ଜଣେ ମହାମ୍ବାଙ୍କ ଝିଅ କ’ଣ କଲା ? ତା’ ବାପାଙ୍କୁ କହିଲା ଯେ, ‘ମୋତେ ସେ ପୁଅ ପସନ୍ଦ ନାହିଁ ।’ ଏବେ ପୁଅ ଶିକ୍ଷିତ ଥିଲା । ଏବେ ସେ ପୁଅ ଝିଅର ମା-ବାପା ସମସ୍ତଙ୍କୁ ପସନ୍ଦ ଆସିଥିଲା । ସେଥିପାଇଁ ତା ପିତାଜୀଙ୍କୁ ବ୍ୟାକୁଳତା ହୋଇଗଲା ଯେ ବଡ଼ କଷ୍ଟରେ ଏଭଳି ଭଲ ପୁଅ ମିଳିଛି ଆଉ ଏ ଝିଅ ତ ମନା କରୁଛି । । ପୁଣି ସେ ମୋତେ ପଚାରିଲେ ତେବେ ମୁଁ କହିଲି, ‘ସେ ଝିଅକୁ ମୋ ପାଖକୁ ଡାକ ।? ମୁଁ କହିଲି, “ଝିଅ, କ’ଣ ଅସୁବିଧା ହୋଇଛି ମୋତେ କହ ନା ? କ’ଣ ଅସୁବିଧା ? ଲମ୍ବା ଲାଗୁଛି ? ମୋଟା ଲାଗୁଛି ? ପତଳା ଲାଗୁଛି ?? ତେବେ କୁହେ, ‘ନା, ଟିକିଏ ବୃକିଶ(କଳା) ଅଛି ।? ମୁଁ କହିଲି ‘ତାହା ତ ମୁଁ ଉଜାଲା କରିଦେବି, ତୋତେ ଆଉ କିଛି ଅସୁବିଧା ଅଛି ?” ତେବେ କହିଲା, ‘ନା, ଆଉ କିଛି ନାହିଁ ।” ଏହା ଶୁଣି ମୁଁ କହିଲି, “ତୁ ହଁ କରିଦେ, ପୁଣି ମୁଁ ତା’କୁ ଉଜାଲା କରିଦେବି ।” ପୁଣି ସେ ଝିଅ ତା’ ବାପାଙ୍କୁ କହୁଛି, ତୁମେ ଦାଦାଜୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ନେଇଗଲ ?” ତେବେ ଆଉ କ’ଣ କରାଯିବ ? । ବାହାଘର ପରେ ମୁଁ ପଚାରିଲି, “ଭଉଣୀ, ଉଜାଲା କରିବା ପାଇଁ ସାବୁନ ମଗାଇ ଦେବି କି ?” ତେବେ କହିଲା, “ନା ଦାଦାଜୀ, ଉଜାଲା ହିଁ ଅଛି । ବିନା କାରଣରେ ବ୍ଲକିଶ, ବୁକିଶ ! ତାହା ତ, କିଛି କଳା ଲଗାଏ ତେବେ କଳା ନଜର ଆସେ, ହଳଦିଆ ଲଗାଏ ତେବେ ହଳଦିଆ ଦିଶିବ । ବାସ୍ତବରେ ପୁଅଟି ଭଲ ଥିଲା । ମୋତେ ବି ଭଲ ଲାଗିଲା । ତା’କୁ କେମିତି ଯିବାକୁ ଦେବା ? ଝିଅ କ’ଣ ଭାବିଲା,
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy