________________
। ଅନ୍ତିମ ସମୟର ପ୍ରାର୍ଥନା । ଯାହାର ଅନ୍ତିମ ସମୟ ଆସି ଯାଇଥିବ, ତା’କୁ ଏହିପରି ପ୍ରାର୍ଥନା କରିବା ଉଚିତ । ‘ହେ ଦାଦା ଭଗବାନ, ହେ ଶ୍ରୀ ସୀମନ୍ଧର ସ୍ଵାମୀ ପ୍ରଭୁ, ମୁଁ ମନ-ବଚନ-କାୟା * ତଥା * ର ନାମର ସର୍ବମାୟା, ଭାବକର୍ମ, ଦ୍ରବ୍ୟକର୍ମ, ନୋକର୍ମ ଆପଣ ପ୍ରକଟ ପରମାମ୍ ସ୍ୱରୂପ ପ୍ରଭୁଙ୍କ ସୂଚରଣରେ ସମର୍ପିତ କରୁଛି । ହେ ଦାଦା ଭଗବାନ, ହେ ଶ୍ରୀ ସୀମନ୍ଧର ସ୍ଵାମୀ ପ୍ରଭୁ, ମୁଁ ଆପଣଙ୍କ ଅନନ୍ୟ ଶରଣ ନେଉଛି । ମୋତେ ଆପଣଙ୍କ ଅନନ୍ୟ ଶରଣ ମିଳୁ । ଅନ୍ତିମ ଘଡ଼ିରେ ହାଜର ରହିବ। ମୋତେ ଆଙ୍ଗୁଳି ଧରି ମୋକ୍ଷରେ ନେଇଯିବ । ଅନ୍ତ ପର୍ଯ୍ୟନ୍ତ ସାଙ୍ଗରେ ରହିବ ।
ହେ ପ୍ରଭୁ, ମୋତେ ମୋକ୍ଷ ବ୍ୟତୀତ ଏହି ଜଗତର କୌଣସି ବି ବିନାଶୀ ଜିନିଷ ଦରକାର ନାହିଁ । ମୋର ଆସନ୍ତା ଜନ୍ମ ଆପଣଙ୍କ ଚରଣରେ ଏବଂ ଶରଣରେ ହିଁ ହେଉ ।”
‘ଦାଦା ଭଗବାନ ନା ଅସୀମ ଜୟ ଜୟକାର ହୋ’ ଗାଇ ଚାଲିବ । * (ଯାହାର ଅନ୍ତିମ ସମୟ ଆସି ଯାଇଥିବ ସେ ବ୍ୟକ୍ତି, ନିଜର ନାମ ନେଉ) ( ଏହିପରି ସେ ବ୍ୟକ୍ତି ବାବାର ବୋଲୁ ଅଥବା କେହି ତା’ପାଖରୁ ବାବାର ବୋଲାଉ ।)
। ମୃତ ବ୍ୟକ୍ତିଙ୍କ ପ୍ରତି ପ୍ରାର୍ଥନା । ଆପଣଙ୍କର କେଉଁ ମୃତ ସ୍ଵଜନ ଅବା ମିତ୍ରଙ୍କ ପାଇଁ ଏହିପରି ପ୍ରାର୍ଥନା କରିବା ଉଚିତ ।
‘ପ୍ରତ୍ୟକ୍ଷ ଦାଦା ଭଗବାନଙ୍କ ସାକ୍ଷୀରେ, ପ୍ରତ୍ୟକ୍ଷ ସୀମନ୍ଧର ସ୍ଵାମୀଙ୍କ ସାକ୍ଷୀରେ, ଦେହଧାରୀ * ର ମନ-ବଚନ-କାୟାର ଯୋଗ, ଭାବକର୍ମ, ଦ୍ରବ୍ୟକ୍ରମ, ନୋକର୍ମରୁ ଭିନ୍ନ ଏପରି ହେ ଶୁଦ୍ଧିମ୍ବା ଭଗବାନ, ଆପଣ ଏପରି କୃପା କରନ୍ତୁ ଯେ * ଯେଉଁଠି ଥାଉ ସେଠାରେ ସୁଖ-ଶାନ୍ତି ପାଉ, ମୋକ୍ଷ ପାଉ ।
। ଆଜି ଦିନର ଅଦ୍ୟକ୍ଷଣ ପର୍ଯ୍ୟନ୍ତ ମୋ ଦ୍ଵାରା * ପ୍ରତି ଯାହା ବି ରାଗ-ଦ୍ବେଷ, କଷାୟ ହୋଇଥିବ, ସେ ସବୁର କ୍ଷମା ମାଗୁଛି । ହୃଦୟପୂର୍ବକ ପଶ୍ଚାତାପ କରୁଛି । ମୋତେ କ୍ଷମା କରନ୍ତୁ ଏବଂ ଆଉ ଏପରି ଦୋଷ କେବେ ବି ନ ହେଉ, ଏପରି ଶକ୍ତି ଦିଅନ୍ତୁ । * ମୃତ ବ୍ୟକ୍ତିଙ୍କ ନାମ ନିଅ । ( ଏହିପରି ବାରମ୍ବାର ପ୍ରାର୍ଥନା କରିବା ଉଚିତ । ପରେ ଯେତେଥର ମୃତ ବ୍ୟକ୍ତି ମନେ ପଡ଼ନ୍ତି, ସେବେ-ସେବେ ଏହି ପ୍ରାର୍ଥନା କରିବା ଉଚିତ ।) ।