________________
୩o
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ହୁଅନ୍ତି, ତାଙ୍କର ମୃତ୍ୟୁ ଅବଶ୍ୟ ହୋଇଥାଏ ଆଉ ମୃତ୍ୟୁ ଅଛି ତେବେ ଜନ୍ମ ପାଇବ । ଜନ୍ମ ସାଥିରେ ମୃତ୍ୟୁ ଜଏଣ୍ଟ ହୋଇଛି । ଜନ୍ମ ହେବ, ସେଠାରେ ମୃତ୍ୟୁ ଅବଶ୍ୟ ହୁଏ !
ପ୍ରଶ୍ନକର୍ତ୍ତା : ମୃତ୍ୟୁ କ’ଣ ପାଇଁ ଅଛି ?
ଦାଦାଶ୍ରୀ : ମୃତ୍ୟୁ ତ ଏପରି ଯେ, ଏହି ଦେହର ଜନ୍ମ ହେଲା ତାହା ଏକ ସଂଯୋଗ, ତାହାର ବିୟୋଗ ନ ହୋଇ ରୁହେ ହଁ ନାହିଁ ! ସଂଯୋଗ ସର୍ବଦା ବିୟୋଗୀ ସ୍ଵଭାବର ହିଁ ହୋଇଥାଏ । ଆମେ ସ୍କୁଲରେ ପଢ଼ିବାକୁ ଯାଇଥିଲେ, ସେତେବେଳେ ଆରମ୍ଭ କରିଥିଲେ ନା ନାହିଁ, ବିଗନିଙ୍ଗ୍ ? ପରେ ଏଣ୍ଟ ଆସିଲା ନା ନାହିଁ ? ପ୍ରତ୍ୟେକ ବସ୍ତୁ ବିଗିନିଙ୍ଗ୍ ଏବଂ ଏଣ୍ଡବାଲା ହୋଇଥାଏ । ଏଠାରେ ଏ ସବୁ ଜିନିଷର ବିଗିନିଙ୍ଗ୍ ଆଉ ଏଣ୍ଡ ଥାଏ । ବୁଝା ପଡ଼ିଲା ନାହିଁ ତୋତେ ?
ପ୍ରଶ୍ନକର୍ତ୍ତା : ବୁଝା ପଡ଼ିଲା ନା !
ଦାଦାଶ୍ରୀ : ଏ ସମସ୍ତ ଜିନିଷ ବିଗିନିଙ୍ଗ-ଏଣ୍ଡବାଲା, କିନ୍ତୁ ବିଗିନିଙ୍ଗ୍ ଏବଂ ଏଣ୍ଡକୁ ଯିଏ ଜାଣିଛି, ସେ ଜାଣିବାବାଲା କିଏ ?
ବିଗିନିଙ୍ଗ୍ ଏଣ୍ଡବାଲା ସମସ୍ତ ବସ୍ତୁ ଟେମ୍ପରାରୀ(ଅସ୍ଥାୟୀ) ବସ୍ତୁ ଅଟେ । ଯାହାର ବିଗିନିଙ୍ଗ୍ ଥାଏ ତାହାର ଏଣ୍ଡ ଥାଏ, ବିଗିନିଙ୍ଗ୍ ହୁଏ ତାହାର ଏଣ୍ଡ ଅବଶ୍ୟ ହିଁ ଥାଏ । ସେସବୁ ଟେମ୍ପରାରୀ ବସ୍ତୁ ଅଟେ, କିନ୍ତୁ ଟେମ୍ପରାରୀକୁ ଜାଣିବାବାଲା କିଏ ? ତୁ ପରମାନେଣ୍ଟ ଅଟୁ, କାହିଁକିନା ତୁ ଏ ସବୁ ବସ୍ତୁକୁ ଟେମ୍ପରାରୀ କହୁଛୁ, ଏଣୁ ତୁ ପରମାନେଣ୍ଟ ଅଟୁ । ଯଦି ସମସ୍ତ ବସ୍ତୁ ଟେମ୍ପରାରୀ ହୋଇଥାନ୍ତା ତେବେ ପୁଣି ଟେମ୍ପରାରୀ କହିବାର ଆବଶ୍ୟକତା ହିଁ ନଥିଲା । ଟେମ୍ପରାରୀ ସାପେକ୍ଷ ଶବ୍ଦ ଅଟେ । ପରମାନେଣ୍ଟ ଅଛି, ତେବେ ଟେମ୍ପରାରୀ ଅଛି ।
। ମୃତ୍ୟୁର କାରଣ । ପ୍ରଶ୍ନକର୍ତ୍ତା : ତେବେ ମୃତ୍ୟୁ କ’ଣ ପାଇଁ ଆସେ ?
ଦାଦାଶ୍ରୀ : ତାହା ତ ଏପରି, ଯେବେ ଜନ୍ମ ହୁଏ, ସେତେବେଳେ ଏ ମନ