________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ . .
ମୁକ୍ତି, ଜନ୍ମ-ମରଣରୁ
9
ପ୍ରଶ୍ନକର୍ତ୍ତା : ଜନ୍ମ-ମରଣର ଝଝଟ୍ରୁ କିପରି ଛୁଟିବୁ( ମୁକୁଳିବୁ) ?
ଦାଦାଶ୍ରୀ : ବହୁତ ବଢ଼ିଆ ପଚାରିଲ । ତୁମ ନାଁ କ’ଣ ?
ପ୍ରଶ୍ନକର୍ତ୍ତା : ଚନ୍ଦୁଭାଇ ।
ଦାଦାଶ୍ରୀ : ସତରେ ଚନ୍ଦୁଭାଇ ଅଟ ?
ପ୍ରଶ୍ନକର୍ତ୍ତା : ହଁ ।
ଦାଦାଶ୍ରୀ : ଚନ୍ଦୁଭାଇ ତ ତୁମ ନାଁ ଅଟେ, ନୁହେଁ ?
ପ୍ରଶ୍ନକର୍ତ୍ତା : ହଁ ।
ଦାଦାଶ୍ରୀ : ତେବେ ତୁମେ କିଏ ? ତୁମ ନାଁ ଚନ୍ଦୁଭାଇ, ଏହା ଆମେ ସମସ୍ତେ ମାନୁଛୁ, କିନ୍ତୁ ତୁମେ କିଏ ?
ପ୍ରଶ୍ନକର୍ତ୍ତା : ସେଥିପାଇଁ ତ ଆସିଛି ।
ଦାଦାଶ୍ରୀ : ତାହା ଜାଣିନେବା, ତେବେ ଜନ୍ମ-ମରଣର ଝଝଟ୍ ଛୁଟିବ।
ଏବେ ତ ମୂଳତଃ ସେ ଚନ୍ଦୁଭାଇଙ୍କ ନାମରେ ହିଁ ଏ ସବୁ ଚାଲୁଅଛି ନା ? ସବୁକିଛି ଚନ୍ଦୁଭାଇଙ୍କ ନାମରେ ? ! ଆରେ, ଧୋକା ହୋଇଯିବ ଏ ତ ! ତୁମ ନାମରେ କିଛି ତ ରଖୁବାର ଥିଲା ନା ?
କୋକେଇ ମାନେ ପ୍ରକୃତିର ଜବତ ! କିଭଳି ଜବତ ? ତେବେ କହିବା ନାମ