________________
। କ୍ରୋଧ
୨୭
ଆସେ ନାହିଁ, ତେବେ ତୁମେ ମଧ୍ୟ କର, ନଚେତ୍ ବନ୍ଦ କରିଦିଅ । ଗାଳିଦେବା ହିଁ ଉଚିତ ନୁହେଁ । ଏହା ତ’ ଏକ ପ୍ରକାରର ପାଶବତା ଅଟେ । ଅଣ୍ଡର ଡେଭଲପ୍ତ ପିପଲ୍, ଅନକଚ (ଅଳ୍ପ ବିକଶିତ ମଣିଷ, ଅସଂସ୍କୃତ) !
। ପ୍ରତିକ୍ରମଣ ହିଁ ପ୍ରକୃତ ମୋକ୍ଷମାର୍ଗ ଆଗରୁ ତ? ଦୟା ରଖ, ଶାନ୍ତିରଖ, ସମତା ରଖ, କ୍ଷମା ରଖ, ଏପରି ଉପଦେଶ ଶିଖାଉଥିଲେ । ତେବେ ଏ ଲୋକେ କ’ଣ କୁହନ୍ତି “ଆରେ ! ମୋତେ କ୍ରୋଧ ଆସିବାରେ ଲାଗିଛି ଆଉ ତୁ କହୁଛୁ ଯେ କ୍ଷମା ରଖ, କିନ୍ତୁ ମୁଁ କିଭଳି କ୍ଷମା ରଖୁବି ? ଏଣୁ ଏମାନଙ୍କୁ କିଭଳି ଉପଦେଶ ଦେବା ଉଚିତ ଯେ “ ତୁମକୁ କ୍ରୋଧ ଆସିଯାଏ ତେବେ ତୁମେ ଏହିପରି ମନରେ ପଶ୍ଚାତାପ କରିବ ଯେ “ମୋର ଦୁର୍ବଳତା ଅଛି ଯେ ମୋ ଦ୍ଵାରା କ୍ରୋଧ ହୋଇଯାଏ । ଏହା ମୋ ଦ୍ଵାରା ଭୁଲ ହୋଇଗଲା ।? ଏପରି ପଶ୍ଚାତାପ କରିବ ଆଉ ଯଦି କେହି ଗୁରୁ ଥିବେ ତାଙ୍କର ସାହାଯ୍ୟ ନେବ ଏବଂ ପୁଣି ଥରେ ଏପରି ଦୁର୍ବଳତା ଉତ୍ପନ୍ନ ନହେଉ, ଏପରି ନିଶ୍ଚୟ’( ଦୃଢ଼ ସଂକଳ୍ପ) କରିବ । ତୁମେ ଏବେ କ୍ରୋଧର ରକ୍ଷଣ କରନାହିଁ, ଓଲଟା ତା’ର ପ୍ରତିକ୍ରମଣ କର ।”
। ଅର୍ଥାତ ଦିନରେ କେତେ ଅତିକ୍ରମଣ ହେଉଛି ଆଉ କାହାସହ ହେଉଛି, ସେସବୁକୁ ନୋଟ୍ କରୁଥାଅ ଏବଂ ସେହି କ୍ଷଣି ପ୍ରତିକ୍ରମଣ କରିନିଅ।
ପ୍ରତିକ୍ରମଣରେ କ’ଣ କରିବାକୁ ହେବ ? ତୁମକୁ କ୍ରୋଧ ହେଲା ଏବଂ ସାମନାବାଲା ବ୍ୟକ୍ତିକୁ ଦୁଃଖ ହେଲା, ତେବେ ତା’ର ଆତ୍ମାକୁ ସ୍ମରଣ କରି ତାଙ୍କ ଠାରୁ କ୍ଷମା ମାଗିନେବ । ଅର୍ଥାତ ଯାହା ହେଲା ତା’ର କ୍ଷମା ମାଗିନେବ ଏବଂ ପୁଣି କରିବି ନାହିଁ ଏପରି ପ୍ରତିଜ୍ଞା କରିବ, ଆଉ ଆଲୋଚନା କରିବା ମାନେ କ’ଣ, ଯେ ମୋ ଦାଦାଶ୍ରୀ) ପାଖରେ ସୀକାର କରିବ ଯେ ମୋ ଦ୍ଵାରା ଏହି ଦୋଷ ହୋଇଗଲା ।
। ମନରେ ମଧ୍ୟ କ୍ଷମା ମାଗ
ପ୍ରଶ୍ନକର୍ତ୍ତା : ଦାଦାଜୀ, ପଶ୍ଚାତାପ ବା ପ୍ରତିକ୍ରମଣ କରିବା ସମୟରେ କେବେ କେବେ ଏପରି ଲାଗେ ଯେ କିଛି ଭୁଲ ହୋଇଗଲା, କାହା ଉପରେ କ୍ରୋଧ