________________
95
କ୍ରୋଧ
ଦାଦାଶ୍ରୀ : ଯଦି ମେଶିନ୍ ଗରମ ଅଛି ଆଉ ଥଣ୍ଡା କରିବାର ଅଛି ତେବେ କିଛି ସମୟ ବନ୍ଦ ରଖିଲେ ଆପେ ଆପେ ଥଣ୍ଡା ହୋଇଯିବ, ଆଉ ଯଦି ହାତ ମାରିବା ବା ତା’ ସହ ଖେଳିବା ତେବେ ଆମେ ଜଳିଯିବା ।
ପ୍ରଶ୍ନକର୍ତ୍ତା : ମୋ ସ୍ୱାମୀ ଏବଂ ମୋ ମଧ୍ୟରେ କ୍ରୋଧ ଏବଂ ଯୁକ୍ତିତର୍କ ହୋଇଯାଉଛି । ତେବେ ମୁଁ କ’ଣ କରିବି ?
ଦାଦାଶ୍ରୀ : କ୍ରୋଧ ତୁମେ କରୁଛ ନା ସେ ? କିଏ କରୁଛି ?
ପ୍ରଶ୍ନକର୍ତ୍ତା : ସେ, ପରେ ମୋ ଦ୍ଵାରା ମଧ୍ୟ ହୋଇଯାଏ ।
ଦାଦାଶ୍ରୀ : ତେବେ ଆପଣ ଭିତରୁ ହିଁ ନିଜକୁ ନିଜେ ଗାଳି ଦିଅନ୍ତୁ, ‘କ’ଣ ପାଇଁ ତୁ ଏପରି କରୁଛୁ ? ପୂର୍ବରୁ ଯାହା କରିଛୁ ତାହା ଭୋଗିବାକୁ ହିଁ ହେବ ନା !’ କିନ୍ତୁ ପ୍ରତିକ୍ରମଣ କରିବା ଦ୍ବାରା ଏ ସବୁ ଦୋଷ ଶେଷ ହୋଇଯିବେ । ନଚେତ ଆମ ଦ୍ଵାରା ଦିଆଯାଇଥବା ଦୁଃଖ ଆମକୁ ହିଁ ଭୋଗିବାକୁ ପଡ଼ିବ, ପୁଣି ଆମକୁ ଭୋଗିବାକୁ ପଡ଼େ । କିନ୍ତୁ ପ୍ରତିକ୍ରମଣ କରିବା ଦ୍ବାରା କିଛି ଥଣ୍ଡା ପଡ଼ିଯାନ୍ତି ।
ଏହା ତ’ ଏକ ପ୍ରକାରର ପାଶବତା
ପ୍ରଶ୍ନକର୍ତ୍ତା : ଆମ ଦ୍ବାରା କ୍ରୋଧ ହୋଇଯାଏ ଏବଂ ଗାଳି ବାହାରିଯାଏ ତେବେ କିଭଳି ସୁଧାରିବୁ ?
ଦାଦାଶ୍ରୀ : ଏପରି ଅଟେ ଯେ ଏ ଯେଉଁ କ୍ରୋଧ କରୁଛି ଆଉ ଗାଳି ଦେଉଛି, ସେ ସବୁ ଏଥିପାଇଁ ହୋଇଯାଉଛି ଯେ ନିଜର ନିଜ ଉପରେ କଣ୍ଟ୍ରୋଲ୍ ନାହିଁ । କଣ୍ଟ୍ରୋଲ୍ କରିବା ପାଇଁ କିଛି ବୁଝିନେବା ଉଚିତ। ଯଦି ଆମ ଉପରେ କେହି କ୍ରୋଧ କରେ, ତେବେ ଆମଦ୍ୱାରା ସହ୍ୟ ହେବ ନା ନାହିଁ, ଏହା ଭାବିବା ଉଚିତ୍ । ଆମେ କ୍ରୋଧ କରିବା, ତା’ ପୂର୍ବରୁ ଯଦି ଆମ ଉପରେ କେହି କ୍ରୋଧ କରେ ତେବେ ଆମ ଦ୍ବାରା ସହ୍ୟ ହେବ ? ଭଲ ଲାଗିବ ନା ନାହିଁ ? ଆମକୁ ଯେତିକି ଭଲ ଲାଗିବ, ସେତିକି ହିଁ ବ୍ୟବହାର ଅନ୍ୟମାନଙ୍କ ସହିତ କରିବା ଉଚିତ ।
ସେ ତୁମକୁ ଗାଳି ଦିଏ ଆଉ ତୁମକୁ କିଛି ଅସୁବିଧା ହୁଏ ନାହିଁ, ଡ଼ିପ୍ରେସନ୍