________________
କ୍ରୋଧ
ପ୍ରଶ୍ନକର୍ତ୍ତା : କଦାଚିତ ନମାନିପାରନ୍ତି ।
। ଦାଦାଶ୍ରୀ : ନମାନିବାର କ’ଣ କାରଣ ? ତୁମ ପର୍ସନାଲିଟୀର ପ୍ରଭାବ ପଡ଼େ ନାହିଁ । ଅର୍ଥାତ ଦୁର୍ବଳତା ନଥିବା ଦରକାର, ଚାରିତ୍ରବାନ ହେବା ଉଚିତ । ‘ମ୍ୟାନ ଅଫ ପର୍ସନାଲିଟୀ’ ହେବା ଦରକାର । ଲକ୍ଷେ ଗୁଣ୍ଡା ତା’କୁ ଦେଖୁ ଦେଖୁ ଦୌଡ଼ି ଚାଲିଯିବେ ! ଚିଡ଼ଚିଡ଼ା ମଣିଷକୁ କେହି ଡରନ୍ତି ନାହିଁ, ଓଲଟା ମାରିବେ ! ସଂସାର ତ ଦୁର୍ବଳକୁ ହିଁ ମାରେ ନା ! |
। ଅର୍ଥାତ ମ୍ୟାନ ଅଫ ପର୍ସନାଲିଟୀ’ ହେବା ଦରକାର । ପର୍ସନାଲିଟୀ କେବେ ଆସେ ? ବିଜ୍ଞାନ ଜାଣିବା ପରେ ପର୍ସନାଲିଟୀ ଆସେ । ଏହି ଜଗତରେ ଯାହାକୁ ଭୁଲିଯାଆନ୍ତି, ତାହା ରିଲେଟିବ ଜ୍ଞାନ ଅଟେ ଏବଂ ଯାହାକୁ କେବେ ମଧ୍ୟ ଭୁଲା ଯାଇନପାରେ, ତାହା ବିଜ୍ଞାନ ଅଟେ !
ଗରମ ଠାରୁ ମଧ୍ୟ ମାରାତ୍ମକ ବରଫ ! ବରଫ ପଡ଼େ, ତାହା ତୁ ଜାଣିଛୁ ? ବରଫ ଅର୍ଥାତ ବହୁତ ଥଣ୍ଡା ହୁଏ। ନା ? ସେହି ବରଫ ଦ୍ଵାରା ଗଛ ସବୁ ଜଳିଯାଆନ୍ତି, ସବୁ କପାସ, ଘାସ, ସବୁକିଛି ଜଳିଯାଏ । ତୁ ଜାଣିଛୁ ? ସେମାନେ ଥଣ୍ଡାରେ କାହିଁକି ଜଳି ଯାଉଥିବେ ?
ପ୍ରଶ୍ନକର୍ତ୍ତା : ଅତ୍ୟଧୁକ ଥଣ୍ଡା କାରଣରୁ ।
ଦାଦାଶ୍ରୀ : ହଁ, ଅର୍ଥାତ ଯଦି ତୁ ଥଣ୍ଡା( ଶାନ୍ତ) ହୋଇ ରହିବୁ ତେବେ ସେହିପରି ‘ଶୀଳ ଉତ୍ପନ୍ନ ହୋଇଯିବ ।
। ଯେଉଁଠି କ୍ରୋଧ ବନ୍ଦ, ସେଠି ପ୍ରତାପ । ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦା, ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ହେବା ମଧ୍ୟ ଏକ ପ୍ରକାରର ଦୁର୍ବଳତା ଅଟେ ନା ?
। ଦାଦାଶ୍ରୀ : ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ହେବାର ଆବଶ୍ୟକ ହିଁ ନାହିଁ । ଆପଣଙ୍କୁ ତ ଲିମିଟରେ ରହିବାର ଅଛି, ତାହାକୁ ‘ନର୍ମାଲିଟୀ’ କୁହନ୍ତି ।