________________
କ୍ରୋଧ
। କ୍ରୋଧ-ମାନ-ମାୟା-ଲୋଭ ତ ଖୋଲା ଦୁର୍ବଳତା ଅଟେ ଆଉ ବହୁତ କ୍ରୋଧ ଆସିଯାଏ ତେବେ ଏ ହାତ-ଗୋଡ଼ ଥରିବାର ଦେଖୁନାହଁ ତୁମେ ?
। ପ୍ରଶ୍ନକର୍ତ୍ତା : ଶରୀର ମଧ୍ୟ ମନାକରେ ଯେ “ତୋର କ୍ରୋଧ କରିବା ଠିକ୍ ନୁହେଁ ।
। ଦାଦାଶ୍ରୀ : ହଁ, ଶରୀର ମଧ୍ୟ ମନାକରେ ଯେ ଏହା ଆମକୁ ଶୋଭା ଦେଉନାହିଁ । ଅର୍ଥାତ ଏ କ୍ରୋଧ ତ କେତେ ବଡ଼ ଦୁର୍ବଳତା ଅଟେ ! ଆମଠାରେ କ୍ରୋଧ ନରହିବା ଉଚିତ୍ । । ପର୍ସନାଲିଟୀର ପ୍ରଭାବ ପଡ଼େ, ବିନା କମଜୋରୀବାଲାର
ପ୍ରଶ୍ନକର୍ତ୍ତା : କେହି ବ୍ୟକ୍ତି ଛୋଟ ପିଲାଟିକୁ ବହୁତ ମାରୁଥିବ ଆଉ ସେହି ସମୟରେ ଆମେ ସେ ରାସ୍ତାଦେଇ ଯାଉଥିବୁ, ସେତେବେଳେ ସେ ବ୍ୟକ୍ତିକୁ ଅଟକାଇଲୁ ଆଉ ଯଦି ନ ମାନେ ତେବେ ଶେଷରେ ଗାଳିକରି କ୍ରୋଧର ସହ ତା’କୁ ସେପଟକୁ ଠେଲିଦେବା ଉଚିତ ନା ନୁହଁ ?
ଦାଦାଶ୍ରୀ : କ୍ରୋଧ କରିବ, ତେବେ ମଧ୍ୟ ସେ ନମାରି ରହିବ ନାହିଁ । ଆରେ, ତୁମକୁ ମଧ୍ୟ ମାରିବ ନା ! ଯାହା ବି ହେଉ ତା’ ଉପରେ କ’ଣ ପାଇଁ କ୍ରୋଧ କରୁଛ ? ତା’କୁ ଆରାମରେ କୁହ, ବ୍ୟବହାରିକ ରୂପେ କଥାବାର୍ତ୍ତା କର । ନହେଲେ, ସାମ୍ନାରେ କ୍ରୋଧ କରିବ ତେବେ ତାହା କନେସ୍ ଅଟେ !
ପ୍ରଶ୍ନକର୍ତ୍ତା : ତେବେ ସେ ପିଲାଟିକୁ ମାଡ଼ ଖାଇବାକୁ ଛାଡ଼ିଦେବୁ ?
ଦାଦାତ୍ରୀ : ନା, ସେଠାରେ ଆପଣଙ୍କୁ ଯାଇ କହିବା ଉଚିତ ଯେ, “ଭାଇ, ତୁମେ ଏପରି କ’ଣ ପାଇଁ କରୁଛ ? ଏହି ପିଲାଟି ତୁମର କ’ଣ ବିଗାଡ଼ିଛି ?” ତା’କୁ ଏହିପରି ବୁଝାଇ କଥା ହେବା ଉଚିତ୍ । ତୁମେ ତା’ ଉପରେ କ୍ରୋଧ କରିବ, ତେବେ ତ ସେହି କ୍ରୋଧ ତୁମର ଦୁର୍ବଳତା ଅଟେ । ପ୍ରଥମ କଥା ତ ନିଜ ଭିତରେ ଦୁର୍ବଳତା ନଥିବା ଦରକାର । ଯାହାଠାରେ ଦୁର୍ବଳତା ନଥାଏ ତା’ର ପ୍ରଭାବ ପଡ଼େ ନା ! ସେମାନେ ଯଦି ଏମିତି ହିଁ, ସାଧାରଣ ରୂପରେ କିଛି କହିବେ, ତେବେ ମଧ୍ୟ ସମସ୍ତେ ମାନିଯିବେ ।