________________
ଚିନ୍ତା
ବିଚାର କୁହାଯାଏ ଆଉ ଭିତରେ ଚିନ୍ତା ହେବାକୁ ଲାଗିଲା ତେବେ ଫାଶରେ ପଡିଗଲା
ଏପରି କୁହାଯାଏ ।
ଦାଦାଶ୍ରୀ : ଚିନ୍ତା ହେଲା ଅର୍ଥାତ୍ ଫାଶରେ ହିଁ ପଡିଗଲା ନା ! ଚିନ୍ତା ହେଲା ଅର୍ଥାତ୍ ସେ ବୁଝିଥାଏ ଯେ ମୋ କାରଣରୁ ହିଁ ଚାଲୁଛି, ଏପରି ମାନି ନେଇଛି । ଏଥିପାଇଁ ସେ ସବୁ ଝଞ୍ଜଟ୍ରେ ପଡ଼ିବା ଭଳି ହିଁ ନୁହେଁ, ଆଉ ଏପରି ଅଟେ ମଧ୍ୟ । ଏ ତ’ ସବୁ ମଣିଷଙ୍କ ଭିତରେ ଏ ରୋଗ ପଶିଗଲାଣି । ଏବେ ଶୀଘ୍ର ବାହାରିବ କିପରି ? ଶୀଘ୍ର ବାହାରିବ ନାହିଁ ନା ! ଅଭ୍ୟାସ ହୋଇଗଲାଣି, ତାହା ଯିବ ନାହିଁ ନା ! ହାବିଟୁଏଟେଡ୍ ।
୨୫
ପ୍ରଶ୍ନକର୍ତ୍ତା : ଆପଣଙ୍କ ପାଖକୁ ଆସିବେ ତେବେ ବାହାରିଯାଏ ନା ! ଦାଦାଶ୍ରୀ : ହଁ, ବାହାରିଯାଏ, ମାତ୍ର ଧରେ ଧୂରେ ବାହାରେ, କିନ୍ତୁ ଏକାଥରେ ଯାଏ ନାହିଁ ନା ପୁଣି !
ପରସତ୍ତା ହାତରେ ନେବା, ସେଠାରେ ଚିନ୍ତା
ତୁମର କେମିତି ? କେବେ ଉପାଧ୍ (ବାହାରୁ ଆସୁଥିବା ଦୁଃଖ) ହୋଇଯାଏ ? ଚିନ୍ତା ହୋଇଯାଏ ?
ପ୍ରଶ୍ନକର୍ତ୍ତା : ଏ ଆମର ବଡ଼ ଝିଅର ନିର୍ବନ୍ଧ ଠିକ୍ ହେଉନାହିଁ, ଏଥପାଇଁ ଉପାଧ୍ ହୋଇ ଯାଉଛି ।
ଦାଦାଶ୍ରୀ : ତୁମ ହାତରେ ଅଛି ତେବେ ଉପାଧ୍ଧରେ ରୁହ ନା, କିନ୍ତୁ ଏ କଥା ତୁମ ହାତରେ ଅଛି ? ନାହିଁ ? ତେବେ ପୁଣି କ’ଣ ପାଇଁ ଉପାଧ୍ କରୁଛ ? ତେବେ କ’ଣ ଏ ସେଠ୍ଜୀଙ୍କ ହାତରେ ଅଛି ? ଏ ଭଉଣୀ ହାତରେ ଅଛି ? ପ୍ରଶ୍ନକର୍ତ୍ତା : ନାହିଁ ।
ଦାଦାଶ୍ରୀ : ତେବେ କାହା ହାତରେ ଅଛି, ତାହା ନଜାଣି ତୁମେ ଉପାଧ୍ଧରେ ରହିବ, ତାହା କାହା ପରି ଅଟେ ଯେ ଘୋଡ଼ାଗାଡ଼ି ଚାଲୁଥିବ, ତା’ ଭିତରେ ଆମେ ଦଶଜଣ ବସିଥିବା, ଦୁଇଟି ବଡ଼ ବଡ଼ ଘୋଡ଼ା ଟାଣୁଥୁବେ,ଏବେ ତାକୁ ଚଲାଇବା ବାଲା ଚଲାଉଛି ଆଉ ଭିତରୁ ଆମେ ଚିତ୍କାର କରିବା ଯେ, ‘ଏ, ଏମିତି ଚଲା, ଏ,ଏମିତି ଚଲା’ ତେବେ କ’ଣ ହେବ ? ଯିଏ ଚଲାଉଛି, ତା’କୁ ଦେଖ ନା ! ‘ଚଲାଇବାବାଲା