SearchBrowseAboutContactDonate
Page Preview
Page 22
Loading...
Download File
Download File
Page Text
________________ ଚିନ୍ତା ୧୫ ଏୟାରକଣ୍ଡିସରେ ମଧ୍ୟ ଚିନ୍ତା ପ୍ରଶ୍ନକର୍ତ୍ତା : ଆହୁରି ଅନେକ ଚିନ୍ତା ଥାଏ ନା ମୁଣ୍ଡରେ । । ଦାଦାଶ୍ରୀ : ଭୋଜନ କରୁଥିବା ସମୟରେ ମଧ୍ୟ ଚିନ୍ତା ହୋଇଥାଏ । ଅର୍ଥାତ୍ ସେ ଘଣ୍ଟି ଝୁଲୁଥାଏ ଉପରେ, କେତେବେଳେ ଖସି ପଡ଼ିବ, କେତେବେଳେ ଖସି ପଡ଼ିବ !”ଏବେ କୁହ ! ଏପରି ଭୟର ସଂଗ୍ରହ ସ୍ଥାନ ତଳେ ଏ ସବୁ ଉପଭୋଗ ! ଏସବୁ କେମିତି ପୋସାଇବ ? ତଥାପି ଲୋକେ ନିଲଜ୍ଜ ହୋଇକରି ଭୋଗୁଛନ୍ତି ମଧ୍ୟ। ଯାହା ହେବାର ଥିବ, ତାହା ହେବ, କିନ୍ତୁ ଭୋଗ । ଏ ସଂସାରରେ ଭୋଗିବା ଯୋଗ୍ୟ କିଛି ଅଛି ? । ବିଦେଶରେ ଏମିତି ସବୁ ହୁଏ ନାହିଁ । କୌଣସି ଦେଶରେ ଏପରି ହୁଏ । ନାହିଁ । ଏ ସବୁ ତ” ଏହିଠାରେ ହୁଏ । ବୁଦ୍ଧିର ଭଣ୍ଡାର, ଥାକ ଥାକ ବୁଦ୍ଧି, ଚିନ୍ତା ମଧ୍ୟ ଥାକ ଥାକ, କାରଖାନା ଖୋଲନ୍ତି ସମସ୍ତେ । ଏ ବଡ଼ ବଡ଼ କାରଖାନା, ଜବରଦସ୍ତ ପଙ୍ଖ ଘୁରୁଥାଏ, ସବୁକିଛି ପୁରୁଥାଏ । ଚିନ୍ତା ମଧ୍ୟ କରନ୍ତି ଏବଂ ଉପାୟ ମଧ୍ୟ କରନ୍ତି। ପୁଣି ସେ ଥଣ୍ଡା କରନ୍ତି, କ’ଣ କହନ୍ତି ତାହାକୁ ? ପ୍ରଶ୍ନକର୍ତ୍ତା : ଏୟାରକଣ୍ଡିସନ୍ । ଦାଦାଶ୍ରୀ : ହଁ, ଏୟାରକଣ୍ଡିସନ୍ । ହିନ୍ଦୁସ୍ତାନର ଆଶ୍ଚର୍ଯ୍ୟ ଅଟେ ନା ! ପ୍ରଶ୍ନକର୍ତ୍ତା : ଏବେ ସବୁ ଚିନ୍ତା ଏୟାକଣ୍ଡିସରେ ହିଁ ହେଉଛି । ଦାଦାଶ୍ରୀ : ହଁ, ଅର୍ଥାତ୍ ତାହା ସାଙ୍ଗରେ ହିଁ ଥାଏ । ଏ ଚିନ୍ତା ସହ ଏୟାରକଣ୍ଡିସନ୍ । ଆମମାନଙ୍କୁ ଏୟାରକଣ୍ଡିସନର ଆବଶ୍ୟକ ପଡ଼େ ନାହିଁ । । ଏ ଆମେରିକାନମାନଙ୍କର ଝିଅମାନେ ସବୁ ଚାଲିଯାନ୍ତି । ସେ ପାଇଁ ତାଙ୍କୁ ବହୁତ ଚିନ୍ତା ହୁଏ ନାହିଁ କିନ୍ତୁ ଏଠାକାର ଲୋକଙ୍କୁ ? କାରଣ ପ୍ରତ୍ୟେକଙ୍କ ମାନ୍ୟତା ଅଲଗା ଅଟେ । ଆୟୁଷର ଏକ୍ସଟେନସନ୍ ମିଳିଲା ? ତୁମେ ଏହି ଦୁନିଆରେ ଏବେ ଆଉ ଦୁଇଶହ ବର୍ଷ ଯାଏଁ ରହିବ ନା ? ଏକ୍ସଟେନସନ୍ ନେଇ ନାହିଁ ?
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy