________________
ଚିନ୍ତା
୧୩।
ଶଙ୍କା ହେବ ଯେ କାଲି ସୂର୍ଯ୍ୟନାରାୟଣ ଆସିବେ ନା ନାହିଁ ? ସକାଳ ହେବ ନା ନାହିଁ ? ଅର୍ଥାତ୍ ପ୍ରକୃତି ଉପରେ ମଧ୍ୟ ଭରସା ନାହିଁ । ସୟଂ ନିଜ ଉପରେ ମଧ୍ୟ ଭରସା ନାହିଁ, ଭଗବାନ ଉପରେ ମଧ୍ୟ ଭରସା ନାହିଁ । କୌଣସି ଜିନିଷ ଉପରେ ଭରସା ନାହିଁ । ନିଜ ସ୍ତ୍ରୀ ଉପରେ ମଧ୍ୟ ଭରସା ନାହିଁ !
ନିଜେ ହିଁ ନିମନ୍ତ୍ରିତ କରିଛି ଚିନ୍ତା ! ଚିନ୍ତା କରେ, ତାହା ମଧ୍ୟ ପଡ଼ୋଶୀକୁ ଦେଖୁକରି । ପଡ଼ୋଶୀ ଘରେ ଗାଡ଼ି ଅଛି ଆଉ ଆମ ଘରେ ନାହିଁ । ଆରେ, ଜୀବନ ଯାପନ ପାଇଁ କେତେ ଦରକାର ? ତୁ ଥରେ ସ୍ଥିର କରି ନେ ଯେ ଏତିକି-ଏତିକି ମୋର ଦରକାର ଅଛି । ଯେପରି ଘରେ ଖାଇବା-ପିଇବା ପାଇଁ ପର୍ଯ୍ୟାପ୍ତ ଦରକାର, ରହିବା ପାଇଁ ଘର ଦରକାର, ଘର ଚଳିପାରୁଥିବା ଭଳି ଲକ୍ଷ୍ମୀ ଦରକାର । ତେବେ ଏତିକି ତୋତେ ମିଳି ହିଁ ଯିବ। କିନ୍ତୁ ଯଦି ପଡୋଶୀର ଦଶ ହଜାର ବ୍ୟାଙ୍କରେ ପଡ଼ିଥିବ, ତେବେ ତୋ ମନ ଭିତରେ ଫୋଡ଼ି ହେଉଥାଏ । ଏହାଦ୍ଵାରା ତ’ ଦୁଃଖ ଜନ୍ମ ହୁଅନ୍ତି । ଦୁଃଖକୁ ନିଜେ ହିଁ ନିମନ୍ତ୍ରଣ ଦିଏ ।
ବଞ୍ଚିବାର ଆଧାର, ଅହଂକାର ବ୍ୟାକୁଳ ତ’, ଯେବେ ପଇସା ବହୁତ ଆସେ ନା ସେତେବେଳେ ବ୍ୟାକୁଳ ରୁହେ, ଚିନ୍ତିତ ରୁହେ । ଏ ଅହମଦାବାଦର ମିବାଲା ସେମାନଙ୍କ କଥା କହିବି ତେବେ ତୁମକୁ ଏପରି ଲାଗିବ ଯେ ହେ ଭଗବାନ ! ଏପରି ଦଶା ଗୋଟିଏ ଦିନ ପାଇଁ ମଧ୍ୟ ଦେବ ନାହିଁ । ପୂରା ଦିନ, କନ୍ଦମୂଳ ଚୁଲିରେ ରଖୁଥିବା ପରି ପୋଡ଼ି ହେଉଥାଏ । ମାତ୍ର, କେଉଁ ଆଧାରରେ ବଞ୍ଚୁଛନ୍ତି ? ମୁଁ ଜଣେ ସେଜୀଙ୍କୁ ପଚାରିଲି, “କେଉଁ ଆଧାରରେ ତୁମେ ଜୀବନ ବିତାଉଛି ?' ସେ କହିଲେ, “ଏହା ତ’ ମୋତେ ମଧ୍ୟ ଜଣା ପଡୁ ନାହିଁ । ମୁଁ କହିଲି, “ବତାଇ ଦେବି ? ସବୁଠୁ ବଡ଼ ତ’ ମୁଁ ହିଁ ଅଟେ ନା ! ବାସ୍ ଏହି ଆଧାରରେ ବଞ୍ଚୁଛନ୍ତି ।” କିନ୍ତୁ କିଛି ମଧ୍ୟ ସୁଖ ମିଳେ ନାହିଁ ।