________________
ଚିନ୍ତା
୧୧।
ହୋଇଗଲା, ମିଳୁନାହିଁ । ଏବେ ପୁଣି କେବେ ମିଳିବ ?ମୁଁ ତାଙ୍କୁ କହିଲି, ସେ ଗହଣା କ’ଣ ସାଙ୍ଗରେ ନେଇକି ଯାଇଥାନ୍ତ ?? ସେ କହିଲେ, ନା, ସାଙ୍ଗରେ ନେଇ ହେବନି । କିନ୍ତୁ ମୋ ଗହଣା ଯାହା ଚୋରି ହୋଇଯାଇଛି, ତାହା କେବେ ମିଳିବ ?” ମୁଁ କହିଲି, ତୁମର ଯିବା ପରେ ଆସିବେ ! ! !’ ଗହଣା ଗଲା ସେଥିପାଇଁ ଏତେ ହାଏ, ହାଏ, ହାଏ ! ଆରେ, ଯିଏ ଗଲା ତା’ପାଇଁ ଚିନ୍ତା କରିବା ଉଚିତ୍ ନୁହେଁ । ଯଦି ଆଗର ଚିନ୍ତା, ଭବିଷ୍ୟତର ଚିନ୍ତା କରେ, ତେବେ ଆମେ ବୁଝନ୍ତି ଯେ ବୁଦ୍ଧିମାନ ମଣିଷକୁ ଚିନ୍ତା ତ’ ହୁଏ; କିନ୍ତୁ ଗଲା ତାହାର ମଧ୍ୟ ଚିନ୍ତା ? ଆମ ଦେଶରେ ଏପରି ଚିନ୍ତା ହୁଏ । କ୍ଷଣିକ ପୂର୍ବରୁ ଯାହା ହୋଇଗଲା, ତା ପାଇଁ ପୁଣି କି ଚିନ୍ତା ? ଯାହାର ଉପାୟ ନାହିଁ, ତାହାର ଚିନ୍ତା କ’ଣ ? କେହି ମଧ୍ୟ ବୁଦ୍ଧିମାନ ବୁଝିପାରେ ଯେ ଏବେ କୌଣସି ଉପାୟ ନାହିଁ, ସେଥିପାଇଁ ଏହାର ଚିନ୍ତା ଛାଡ଼ିଦେବା ଉଚିତ୍ ।
। ସେ କାକା କାନ୍ଦୁଥିଲେ, କିନ୍ତୁ ମୁଁ ତାଙ୍କୁ ଦୁଇମିନିଟ୍ରେ ଓଲଟେଇ ଦେଲି । ପୁଣି ତ ‘ଦାଦା ଭଗବାନ କେ ଅସୀମ ଜୟ ଜୟ କର ହୋ ।” ଗାଇବାକୁ ଲାଗିଲେ। ସେ ଆଜି ସକାଳେ ମଧ୍ୟ ସେଠାରେ ରଣଛୋଡ଼ଜୀଙ୍କ ମନ୍ଦିରରେ ଭେଟ ହୋଇଥିଲେ, ସେତେବେଳେ ମଧ୍ୟ କହି ଉଠିଲେ, ଦାଦା ଭଗବାନ !? ମୁଁ କହିଲି, “ହଁ, ସେଇ ।’ ପୁଣି କହିଲେ “ରାତି ସାରା ମୁଁ ତ’ ଆପଣଙ୍କ ନାମ ନେଉଥିଲି !” ତାଙ୍କୁ ତ’ ଏପଟେ ମୋଡ଼ିବ ତେବେ ଏପଟେ, ତାଙ୍କୁ ସେମିତି କିଛି ମଧ୍ୟ ନାହିଁ । । ପ୍ରଶ୍ନକର୍ତ୍ତା : ଆପଣ ତାଙ୍କୁ କ’ଣ କହିଲେ ?
ଦାଦାଶ୍ରୀ :ମୁଁ କହିଲି, ‘ସେ ଗହଣା ଆଉ ଫେରିବେ, ଏପରି ନୁହଁ, ହଁ, କିନ୍ତୁ ଅଲଗା ଉପାୟରେ ଗହଣା ଆସିବ ।”
ପ୍ରଶ୍ନକର୍ତ୍ତା : ଆପଣ ମିଳିଗଲେ ଅର୍ଥାତ୍ ବଡ଼ ଗହଣା ହିଁ ମିଳିଗଲା ନା !
ଦାଦାଶ୍ରୀ : ହଁ, ଏହା ତ’ ଆଶ୍ଚର୍ଯ୍ୟ ଅଟେ ! କିନ୍ତୁ ଏହା ତା’କୁ କିପରି ବୁଝାପଡ଼ିବ ? ତା’କୁ ତ’ ସେ ଗହଣା ଆଗରେ ଏହାର ମୂଲ୍ୟ ରହିବନି ନା ! ଆରେ, ତା’କୁ ଚା’ ପିଇବାର ଥିବ ଆଉ ମୁଁ କହିବି ଯେ, “ମୁଁ ଅଛି ନା,
ତୋତେ ଚା’ କ’ଣ ଦରକାର ?? ତେବେ କହିବ ‘ମୋତେ ଚା’ ବିନା ଶାନ୍ତି ମିଳେ ନାହିଁ, ତୁମେ ଥାଅ କି ନଥାଅ ।” ଏମାନଙ୍କ ପାଇଁ ମୂଲ୍ୟ କାହାର ? ଯାହା ଇଛା ହେଲା ତାହାର !