SearchBrowseAboutContactDonate
Page Preview
Page 16
Loading...
Download File
Download File
Page Text
________________ ଚିନ୍ତା ଏଥ‌ିପାଇଁ ଲୋକମାନେ ଚିନ୍ତାର କାରଖାନା ଖୋଲିଛନ୍ତି ! ସେ ମାଲ୍ ମଧ୍ୟ ବିକ୍ରି ହେଉନାହିଁ । କେମିତି ବିକ୍ରି ହେବ ? ଯେଉଁଠିକୁ ବିକିବା ପାଇଁ ଗଲେ ସେଠାରେ ମଧ୍ୟ ସେ କାରଖାନା ତ’ ଥାଏ ହିଁ ନା ! ଏହି ସଂସାରରେ ଜଣେ ମଧ୍ଯ ମଣିଷ ଏପରି ଖୋଜି ଆଣ ଯେ ଯାହାକୁ ଚିନ୍ତା ହେଉନଥ‌ିବ । ଗୋଟିଏ ପଟେ କୁହନ୍ତି ଯେ ‘ଶ୍ରୀକୃଷ୍ଣ ଶରଣଂ ମମଃ’ ଆଉ ଯଦି ଶ୍ରୀକୃଷ୍ଣଙ୍କ ଶରଣ ନେଇଛୁ, ତେବେ ପୁଣି ଚିନ୍ତା କ’ଣ ପାଇଁ କଲୁ ? ମହାବୀର ଭଗବାନ ମଧ୍ୟ ଚିନ୍ତା କରିବାକୁ ମନା କରିଛନ୍ତି । ସେ ତ’ ଗୋଟିଏ ଚିନ୍ତାର ଫଳ ତିର୍ୟଚ(ପଶୁ) ଗତି କହିଛନ୍ତି । ଚିନ୍ତା ତ’ ସବୁଠୁ ବଡ଼ ଅହଂକାର ଅଟେ । ‘ମୁଁ ହିଁ ଏସବୁ ଚଲାଉଛି’ ଏପରି ଜବରଦସ୍ତ (ଦୃଢ ଭାବେ) ରହିଥାଏ ନା, ତାହାର ଫଳସ୍ବରୂପ ଚିନ୍ତା ଜନ୍ମ 211 ମିଶିଲା ଗୋଟିଏ କଥା, ସବୁ ଦିଗରୁ ଚିନ୍ତା ତ’ ଆଉଁଧ୍ୟାନ ଅଟେ । ଏ ଶରୀର ଯେତିକି ଶାତା-ଅଶାତା(ସୁଖଦୁଃଖ)ର ଉଦୟ ନେଇକରି ଆସିଛି ସେତିକି ଭୋଗିବା ପରେ ହିଁ ମୁକ୍ତି ମିଳେ । ଏଥପାଇଁ କାହାରି ଦୋଷ ଦେଖନାହିଁ, କାହାରି ଦୋଷ ପ୍ରତି ନଜର ଦିଅ ନାହିଁ ଆଉ ନିଜ ଦୋଷ ପାଇଁ ବନ୍ଧନ ଅଛି, ଏପରି ବୁଝିଯାଅ । ତୁ କିଛି ବଦଳାଇ ପାରିବୁ ନାହିଁ । ଏହା ଉପରେ ଶ୍ରୀକୃଷ୍ଣ ଭଗବାନ କହିଲେ ଯେ, ‘ଜୀବ ତୁ କାହେ ସୋଚ୍ କରେ, କୃଷ୍ଣ କୋ କରନା ହୋ ସୋ କରେ ।’ ତେବେ ଜୈନ କ’ଣ କୁହନ୍ତି ଯେ, ଏହା ତ କୃଷ୍ଣ ଭଗବାନ କହିଛନ୍ତି, ମହାବୀର ଭଗବାନ ଏପରି କହିନାହାନ୍ତି ।’ ମହାବୀର ଭଗବାନ ଏହା ଉପରେ କ’ଣ କହିଲେ ଯେ ‘ରାଇ ମାତ୍ର ଘଟ-ବଢ଼ ନେହିଁ, ଦେଖା କେବଳଜ୍ଞାନ, ୟହ ନିଶ୍ଚୟ କର ଯାନିଏ, ତଜିଏ ଆଉଁଧାନ ।’ ଚିନ୍ତା ଏବଂ ଆର୍ଭଧ୍ୟାନ ଛାଡ଼ି ଦିଅ । କିନ୍ତୁ ଭଗବାନଙ୍କ କଥା ମାନୁଥ‌ିବ ତେବେ ନା ? ମାନିବାର ନଥ୍, ତା’କୁ ଆମେ କିପରି ଗାଳି କରିପାରିବା ? ମୋତେ ଏପରି କହିଥିଲେ, ତେବେ ମୁଁ ତ’ ମାନିନେଇଥିଲି । ମୁଁ କହିଲି, ହଁ ଭାଇ, କିନ୍ତୁ ଏହା ଗୋଟିଏ ମାତ୍ର ଏଭଳି କଥା ଅଛି, ଏଥ‌ିପାଇଁ ମୁଁ ଅନ୍ୟଦିଗରୁ ଖୋଜିଲି । ଯାହା ମହାବୀର ଭଗବାନ କହିଲେ, ତାହା ହିଁ କୃଷ୍ଣ
SR No.034056
Book TitleWorries Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages42
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy