________________
ଯାହା ହେଲା ତାହା ନ୍ୟାୟ
ବିଶ୍ବର ବିଶାଳତା, ଶବ୍ଦତୀତ...
ଏ ସମସ୍ତ ଶାସ୍ତ୍ରରେ ଯେତିକି ବର୍ଣ୍ଣନା ହୋଇଛି, ଜଗତ ସେତିକି ମାତ୍ର ନୁହେଁ । ଶାସ୍ତ୍ରରେ ତ କିଛି ଅଂଶ ହିଁ ଅଛି । ବାକି, ଜଗତ ତ ଅବକ୍ତବ୍ୟ ଏବଂ ଅବର୍ଣ୍ଣନୀୟ ଅଟେ ଯେ ଯାହା ଶବ୍ଦରେ ଧାରଣ ହୋଇପାରେ ଏପରି ନୁହେଁ, ତେବେ ପୁଣି ଶବ୍ଦରୁ ବାହାରର କଥା ତୁମେ କେଉଁଠୁ ଆଣିବ ? ଶବ୍ଦରେ ଧାରଣ ହୁଏ ନାହିଁ ତେବେ ଶବ୍ଦରୁ ବାହାରେ ତୁମେ ତାହାର ବର୍ଣ୍ଣନା କିପରି ବୁଝିବ ? ଜଗତ ଏତେ ବଡ଼, ବିଶାଳ ଅଟେ । ଆଉ ମୁଁ ଦେଖୁକରି ବସିଛି । ଏଥିପାଇଁ ମୁଁ ତୁମକୁ ବତାଇପାରିବି ଯେ କିଭଳି ବିଶାଳତା ଅଟେ !
ପ୍ରକୃତି ତ ସର୍ବଦା ନ୍ୟାୟୀ ହିଁ ଅଟେ
ପ୍ରକୃତିର ଯେଉଁ ନ୍ୟାୟ, ସେଥିରେ ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନ୍ୟାୟ ହୋଇନାହିଁ । ଏ ପ୍ରକୃତି, ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନ୍ୟାୟୀ ହୋଇନାହିଁ । କୋର୍ଟରେ ଅନ୍ୟାୟ ହୋଇଥବ, କିନ୍ତୁ ପ୍ରକୃତି କେବେ ଅନ୍ୟାୟୀ ହୋଇନାହିଁ । ପ୍ରକୃତିର ନ୍ୟାୟ କିପରି ଅଟେ ଯେ, ଯଦି ତୁମେ ଭଲ ମଣିଷ ଅଟ ଏବଂ ଆଜି ତୁମେ ଚୋରି କରିବା ପାଇଁ ଯାଅ ତେବେ ତୁମକୁ ପ୍ରଥମରୁ ହିଁ ଧରା ପକାଇଦେବ ଆଉ ଯଦି ଖରାପ ମଣିଷ ହୋଇଥବ ତେବେ ତା’କୁ ପ୍ରଥମ ଦିନ ଏନକରେଜ(ପ୍ରୋତ୍ସାହିତ) କରିବ । ପ୍ରକୃତିର ଏପରି ହିସାବ ଯେ ପ୍ରଥମବାଲାକୁ ଭଲ ରଖୁବାର ଅଛି, ସେଥିପାଇଁ ତା’କୁ ଧରା ପକାଇଦେବ, ତା’କୁ ହେଲ୍ସ କରିବ ନାହିଁ ଆଉ ଦ୍ବିତୀୟ ଜଣଙ୍କୁ ହେଲ୍ମ କରିଚାଲିବ ଏବଂ ପରେ ଏମିତି ମାଡ଼ ମାରିବ ଯେ ପୁଣି ସେ ଉପରକୁ ଉଠି ପାରିବ ନାହିଁ । ସେ ଅଧୋଗତିରେ ଯିବ । ପ୍ରକୃତି ଗୋଟିଏ ମିନିଟ ମଧ୍ୟ ଅନ୍ୟାୟୀ ହୋଇନାହିଁ । ଲୋକମାନେ ମୋତେ ପଚାରନ୍ତି ଯେ ଏ ତୁମ ଗୋଡ଼ରେ ଫ୍ରାକ୍ଚର ହୋଇଛି, ତାହା ? ଏସବୁ ପ୍ରକୃତି ନ୍ୟାୟ ହିଁ କରିଛି ।