________________
।୨୬
ଯାହା ହେଲା ତାହା ନ୍ୟାୟ । ପ୍ରଶ୍ନକର୍ତ୍ତା: ମାତ୍ର ସେଥିରେ ମାଡ଼ ପଡ଼େ ତେବେ କ’ଣ କରିବା ଉଚିତ୍ ?
ଦାଦାଶ୍ରୀ: ସବୁ ସମ୍ବନ୍ଧ ରଖୁବା ପରେ ବି ଯଦି ମାଡ଼ ପଡ଼େ, ତେବେ ତାହାକୁ ସୀକାରୀ ନେବାର ଅଛି । ନହେଲେ ତଥାପି ଯଦି ମାଡ଼ ପଡ଼େ ତେବେ କ’ଣ କରିପାରିବା ? ଅନ୍ୟ କିଛି ଉପାୟ ଅଛି ?
। ପ୍ରଶ୍ନକର୍ତ୍ତା: କିଛି ନାହିଁ, ଓକିଲଙ୍କ ପାଖକୁ ଯିବାକୁ ପଡ଼ିବ ।
। ଦାଦାଶ୍ରୀ: ହଁ, ଆଉ କ’ଣ ହେବ ? ଓକିଲ ରକ୍ଷା କରିବ ନା ତା’ର ଫିସ ନେବ ?
ଯେଉଁଠି ଯାହା ହେଲା ତାହା ନ୍ୟାୟ’, ସେଠି ବୁଦ୍ଧି ‘ଆଉଟ’
। ନ୍ୟାୟ ଖୋଜିବା ଆରମ୍ଭ ହେବା କ୍ଷଣି ବୁଦ୍ଧି ଛିଡ଼ା ହୋଇଯାଏ । ବୁଦ୍ଧି ଜାଣିଛି ଯେ ଏବେ ମୋ ବିନା କିଛି ଚାଲିବ ନାହିଁ ଆଉ ଯଦି ଆମେ କହିବା ଯେ ଯାହା ହେଲା ତାହା ନ୍ୟାୟ, ତେବେ ବୁଦ୍ଧି କହିବ, ‘ଏବେ ଏହି ଘରେ ମୋର ରାଜୁତି ଚାଲିବ ନାହିଁ ।’ ସେ ବିଦାୟ ନେଇ ଚାଲିଯିବ । କେହି ତା’ର ସମର୍ଥକ ଥିବ, ସେଠି ପଶିଯିବ । ତା’ର ଆଶକ୍ତିବାଲା ତ ବହୁତ ଲୋକ ଅଛନ୍ତି ନା ! ଏଭଳି ମାନସିକ କରନ୍ତି, ମୋ ବୁଦ୍ଧି ବଡୁ ! ଏବଂ ତାହାର ଅପର ପକ୍ଷ ନିକିତିରେ ସେତିକି ହିଁ ଦୁଃଖ-ଜଳନ ବଢ଼ି ଚାଲେ । ସବୁବେଳେ ବାଲାନ୍ସ ତ ଦରକାର ନା ? ଅପର ପକ୍ଷରେ ବାଲାନ୍ସ ଦରକାର ନିଶ୍ଚୟ ! ମୋର ବୁଦ୍ଧି ଖତମ, ସେଥିପାଇଁ ଦୁଃଖ-ଜଳନ ଖତମ !
। ବିକଳ୍ପର ଅନ୍ତ, ତାହା ହିଁ ମୋକ୍ଷମାର୍ଗ । ଅର୍ଥାତ୍ ଯାହା ହେଲା, ତାହାକୁ ନ୍ୟାୟ କହିବ ତେବେ ନିର୍ବିକଳ୍ପ ରହିବ ଆଉ ଲୋକେ ନିର୍ବିକଳ୍ପୀ ହେବା ପାଇଁ ନ୍ୟାୟ ଖୋଜି ବାହାରିଛନ୍ତି । ବିକଳ୍ପର ଅନ୍ତ ଆସେ, ତାହା ହିଁ ମୋକ୍ଷର ରାସ୍ତା ! ବିକଳ୍ପ ସୃଷ୍ଟି ହୁଏ ନାହିଁ, ଏପରି ଅଟେ ନା ଆମ ମାର୍ଗ ?
। ପରିଶ୍ରମ ବିନା, ଆମ ଅକ୍ରମ ମାର୍ଗରେ ମନୁଷ୍ୟ ଆଗକୁ ବଢ଼ିପାରେ । ମୋ ଚାବିଗୁଡ଼ିକ ହିଁ ଏପରି ଅଟେ ଯେ ପରିଶ୍ରମ କରିବା ବିନା ବଢ଼ିଯାଏ ।