________________
ଯାହା ହେଲା ତାହା ନ୍ୟାୟ
। ଦାଦାଶ୍ରୀ: ହଁ, ଏଥିପାଇଁ ସେଠାରେ ‘ଯାହା ହେଲା ତାହା କରେକ୍ଟ’, ଏହି ଜ୍ଞାନ ଯଦି ହାଜିର ରହିଲା ତେବେ ନିଜର କଲ୍ୟାଣ ହୋଇଗଲା ଜାଣ ।
ଯାହା ହେଲା ତାହା ନ୍ୟାୟ’ ବୁଝିନେବା ତେବେ ପୁରା ସଂସାର ପାରି ହୋଇଯିବା, ଏପରି ଅଟେ । ଏହି ଦୁନିଆରେ ଏକ ସେକେଣ୍ଡ ମଧ୍ୟ ଅନ୍ୟାୟ ହୁଏ ହିଁ ନାହିଁ । ନ୍ୟାୟ ହିଁ ହେଉଛି । କିନ୍ତୁ ବୁଦ୍ଧି ଆମକୁ ଫଶାଏ ଯେ ଏହାକୁ ନ୍ୟାୟ କିଭଳି କହିହେବ ? ଏଥିପାଇଁ ମୁଁ ମୂଳକଥା ବତାଇବା ପାଇଁ ଚାହୁଁଛି ଯେ ଏହା ପ୍ରକୃତିର ଅଟେ ଏବଂ ବୁଦ୍ଧିରୁ ତୁମେ ଅଲଗା ହୋଇଯାଅ । ବୁଦ୍ଧି ଏଥିରେ ଫଶାଏ । ଥରେ ବୁଝିନେବା ପରେ ବୁଦ୍ଧି କଥା ମାନିବ ନାହିଁ । ଯାହା ହେଲା ତାହା ନ୍ୟାୟ । କୋର୍ଟର ନ୍ୟାୟରେ ଭୁଲ-ଭଟକା ହୋଇପାରେ, ଓଲଟା-ସିଧା ହୋଇଯାଏ, କିନ୍ତୁ ଏହି ନ୍ୟାୟରେ କିଛି ଫରକ ନାହିଁ ।
କମ-ବେଶୀ ଭାଗବାଣ୍ଟ, ତାହା ହିଁ ନ୍ୟାୟ ଜଣେ ଭାଇ ଥିବ, ତା’ ବାପା ମରିଯାଏ ତେବେ ଯାହା ସବୁ ଭାଇଙ୍କର ଜମିବାଡ଼ି ଅଛି, ତାହା ବଡ଼ ଭାଇ କବଜାରେ ଆସିଯାଏ । ଏବେ ବଡ଼ ଭାଇ ଅଟେ,
ସେ ସାନମାନଙ୍କୁ ବାରମ୍ବାର ଧମକାଉଛି ଏବଂ ଜମି ଦେଉନାହିଁ । ଅଢ଼େଇଶହ ଏକର ଜମି ଥିଲା । ଚାରି ଭାଇଙ୍କୁ ପଚାଶ ପଚାଶ ଏକର ଦେବାର ଥିଲା । ତେବେ କେହି ପଚିଶ ନେଇଗଲା, କେହି ପଚାଶ ନେଇଗଲା, କେହି ଚାଳିଶ ନେଇଗଲା ଆଉ କାହା ଭାଗରେ ପାଞ୍ଚ ହିଁ ଆସିଲା ।
| ଏବେ ସେ ସମୟରେ କ’ଣ ବୁଝିବା ଉଚିତ ? ଜଗତର ନ୍ୟାୟ କ’ଣ କୁହେ ଯେ ବଡ଼ ଭାଇ ବେଇମାନ ଅଟେ, ଠକ ଅଟେ । ପ୍ରକୃତିର ନ୍ୟାୟ କ’ଣ କୁହେ, ବଡ଼ଭାଇ କରେକ୍ଟ ଅଟେ । ପଚାଶବାଲାକୁ ପଚାଶ ଦେଲା, କୋଡ଼ିଏ ବାଲାକୁ
କୋଡ଼ିଏ ଦେଲା, ଚାଳିଶବାଲାକୁ ଚାଳିଶ ଏବଂ ଏ ପାଞ୍ଚବାଲାକୁ ପାଞ୍ଚ ହିଁ ଦେଲା । ବାକିସବୁ ପୂର୍ବଜନ୍ମର ଅନ୍ୟ ହିସାବରେ ସୁଝି ହୋଇଗଲା । ତୁମକୁ ମୋ କଥା ବୁଝାପଡୁଛି ?
ଯଦି ଝଗଡ଼ା କରିବାକୁ ନଥିବ ତେବେ ପ୍ରକୃତି ଅନୁସାରେ ଚାଲ, ଅନ୍ୟଥା