________________
ଯାହା ହେଲା ତାହା ନ୍ୟାୟ
୫
ପ୍ରଶ୍ନକର୍ତ୍ତା: କୋର୍ଟରେ କେହି ମନୁଷ୍ୟ ହତ୍ୟା କରି ନିଘୋଷରେ ମୁକୁଳି ଯାଏ, ସେ ତା’ର ପୂର୍ବକର୍ମର ପ୍ରତିଶୋଧ ନିଏ ନା ପୁଣି ନିଜର ପୁଣ୍ୟ ଯୋଗୁଁ ସେ ଏପରି ମୁକୁଳି ଯାଏ ? ତାହା କ’ଣ ?
ଦାଦାଶ୍ରୀ: ପୁଣ୍ୟ ଏବଂ ପୂର୍ବକର୍ମର ପ୍ରତିଶୋଧ, ତାହା ଗୋଟିଏ କଥା । ତା’ର ପୁଣ୍ୟ ଥିଲା, ସେଥିପାଇଁ ମୁକୁଳିଗଲା ଆଉ କେହି ଦୋଷ କରି ନଥବ, ତଥାପି ଫଶିଯାଏ । ଜେଲ ଯିବାକୁ ପଡ଼େ । ତାହା ତ ତା’ର ପାପର ଉଦୟ ଅଟେ, ସେଥୁରୁ ବଞ୍ଚିବାର ବାଟ ହିଁ ନାହିଁ ।
ବାକି, ଏ ଯେଉଁ ଦୁନିଆ, ଏହାର କୋର୍ଟମାନଙ୍କରେ କଦାଚିତ କେବେ ଅନ୍ୟାୟ ହୋଇପାରେ, କିନ୍ତୁ ପ୍ରକୃତି ଏ ଦୁନିଆରେ କେବେ ଅନ୍ୟାୟ କରିନାହିଁ, ନ୍ୟାୟରେ ହିଁ ରୁହେ । ପ୍ରକୃତି ନ୍ୟାୟରୁ ବାହାରକୁ କେବେ ମଧ୍ୟ ଯାଇନାହିଁ । ପୁଣି ତୋଫାନ ଦୁଇଟି ଆସୁ ବା ଗୋଟିଏ, କିନ୍ତୁ ନ୍ୟାୟରେ ହିଁ ଥାଏ ।
ପ୍ରଶ୍ନକର୍ତ୍ତା: ଆପଣଙ୍କ ଦୃଷ୍ଟିରେ, ବିନାଶ ହେଉଥିବାର ଯେଉଁ ଦୃଶ୍ୟ ଦିଶେ, ତାହା ଆମପାଇଁ ଶ୍ରେୟ( ଉତ୍ତମ) ହିଁ ଅଟେ ନା ?
ଦାଦାଶ୍ରୀ: ବିନାଶ ହେଉଥୁବାର ଦିଶେ, ତାହାକୁ ଶ୍ରେୟ କିଭଳି କହିବା ? କିନ୍ତୁ ବିନାଶ ହୁଏ, ତାହା ନିୟମ ଅନୁସାରେ ଠିକ୍ ଅଟେ । ପ୍ରକୃତି ବିନାଶ କରେ, ତାହା ମଧ୍ୟ ଠିକ ଏବଂ ପ୍ରକୃତି ଯାହାର ପୋଷଣ କରେ, ତାହା ମଧ୍ୟ ଠିକ । ସବୁ ରେଗ୍ୟୁଲର କରୁଛି, ଅନ ଦ ସ୍ଟେଜ୍ ! ଲୋକେ ତ ନିଜ ସାର୍ଥକୁ ନେଇ ଅଭିଯୋଗ କରନ୍ତି ଯେ, ‘ମୋ ଫସଲ ଜଳିଗଲା ।’ ଯେବେକି ଅଳ୍ପ ଫସଲବାଲା କୁହନ୍ତି, ‘ଆମ ପାଇଁ ଭଲ ହେଲା’ । ଅର୍ଥାତ ଲୋକେ ତ ନିଜ-ନିଜର ସାର୍ଥର ହିଁ ଗାଆନ୍ତି ।
ପ୍ରଶ୍ନକର୍ତ୍ତା: ଆପଣ କହୁଛନ୍ତି ଯେ ପ୍ରକୃତି ନ୍ୟାଯୀ ଅଟେ, ତେବେ ପୁଣି ଭୂକମ୍ପ ଆସେ, ତୋଫାନ ଆସେ, ଅତିବୃଷ୍ଟି ହୁଏ, ତାହା କାହିଁକି ?
ଦାଦାଶ୍ରୀ: ତାହା ସବୁ ନ୍ୟାୟ ହିଁ ହେଉଛି । ବର୍ଷା ହୁଏ, ଫସଲ ହୁଏ, ଏସବୁ ନ୍ୟାୟ ହିଁ ହେଉଛି । ଭୂକମ୍ପ ଆସେ, ତାହା ମଧ୍ୟ ନ୍ୟାୟ ହେଉଛି । ପ୍ରଶ୍ନକର୍ତ୍ତା: ତାହା କିପରି ?