________________
ସମ୍ପାଦକୀୟ
କ୍ରୋଧ ଏକ ଦୁର୍ବଳତା ଅଟେ, କିନ୍ତୁ ଲୋକେ ତାହାକୁ ବାହାଦୁରୀ ମାନନ୍ତି । କ୍ରୋଧ କରୁଥିବା ବ୍ୟକ୍ତି ଅପେକ୍ଷା କ୍ରୋଧ କରୁନଥିବା ବ୍ୟକ୍ତିର ପ୍ରଭାବ କିଛି ଅଲଗା ପ୍ରକାର ହୋଇଥାଏ !
ସାଧାରଣତଃ ଯେବେ ନିଜ ମତ ଅନୁସାରେ ହୁଏ ନାହିଁ, ଆମ କଥା ସାମନା ବ୍ୟକ୍ତି ବୁଝିପାରେ ନାହିଁ, ଡିଫରେନ୍ସ ଅଫ କ୍ୟୁ-ପଏଣ୍ଟ ହୋଇଯାଏ ସେତେବେଳେ କ୍ରୋଧ ହୋଇଯାଏ, କେବେ କେବେ ଆମେ ଠିକ୍ ଥିବା କିନ୍ତୁ କେହି ଆମକୁ ଭୁଲ ବୋଲି ଆକ୍ଷେପ କରେ, ସେତେବେଳେ କ୍ରୋଧ ହୋଇଯାଏ । କିନ୍ତୁ ଆମେ ଠିକ୍ ଅଟୁ ତାହା ଆମର ଦୃଷ୍ଟି ବିନ୍ଦୁରୁ ହିଁ ନା ? ସାମ୍ନାବାଲା ମଧ୍ଯ ନିଜର ଦୃଷ୍ଟିବିନ୍ଦୁରୁ ନିଜକୁ ଠିକ୍ ବୋଲି ମାନିବ ନା ! କେବେ କେବେ ସୁଝେ ପଡ଼େ ନାହିଁ( ବୁଦ୍ଧି କାମ କରେ ନାହିଁ) ଆଗକୁ କିଛି ଦେଖାଯାଏ ନାହିଁ ଏବଂ କ’ଣ କରିବାର ଅଛି କିଛି ବୁଝାପଡ଼େ ନାହିଁ, ସେତେବେଳେ କ୍ରୋଧ ହୋଇଯାଏ ।
ଯେତେବେଳେ ଅପମାନ ହୁଏ, ସେତେବେଳେ କ୍ରୋଧ ହୋଇଯାଏ । ଯେତେବେଳେ କ୍ଷତି ହୁଏ, ସେତେବେଳେ କ୍ରୋଧ ହୋଇଯାଏ । ଏହିପରି ମାନର ରକ୍ଷଣ କରିବାକୁ ଯାଇ, ଲୋଭର ରକ୍ଷଣ କରିବାକୁ ଯାଇ କ୍ରୋଧ ହୋଇଯାଏ । ସେଠାରେ ମାନ ଏବଂ ଲୋଭ ଭଳି କଷାୟରୁ ମୁକ୍ତ ହେବାର ଜାଗୃତି ଉତ୍ପନ୍ନ ହେବା ଜରୁରୀ ଅଟେ । ଚାକର ହାତରୁ ଚା’ କପ୍ ପଡ଼ି ଭାଙ୍ଗିଯାଏ, ସେତେବେଳେ କ୍ରୋଧ ହୋଇଯାଏ, କିନ୍ତୁ ଜୋଇଁ ହାତରୁ ଭାଙ୍ଗେ ତେବେ ? ସେଠି କ୍ରୋଧ କିପରି କଣ୍ଟ୍ରୋଲ୍ରେ ରୁହେ ! ଅର୍ଥାତ ମାନ୍ୟତା ଉପରେ ହିଁ ଆଧାରିତ ନା ?
କେହି ଆମର କ୍ଷତି ବା ଅପମାନ କରେ ତେବେ ତାହା ଆମର ହିଁ କର୍ମର ଫଳ ଅଟେ, ସାମନା ବ୍ୟକ୍ତି ନିମିତ୍ତ ଅଟେ, ଏପରି ସମଝ ଫିଟ୍ ହୋଇଯିବ ତେବେ କ୍ରୋଧ ଚାଲିଯିବ । ଯେଉଁଠି-ଯେଉଁଠି ଏବଂ ଯେବେ-ଯେବେ କ୍ରୋଧ ଆସୁଛି ତାହା ନୋଟ୍ କରିନେବ ଏବଂ ତା’ ଉପରେ ଜାଗୃତି ରଖୁ । ଏବଂ ଆମ କ୍ରୋଧ ପାଇଁ ଯାହାକୁ ଦୁଃଖ ହୋଇଥବ, ତା’ର ପ୍ରତିକ୍ରମଣ କରିବ, ପଶ୍ଚାତାପ କରିବ ଏବଂ ଆଉ କେବେ କରିବି ନାହିଁ ଏପରି ଦୃଢ଼ ‘ନିଶ୍ଚୟ’ କରିବ । କାରଣ ଯାହା ଉପରେ କ୍ରୋଧ ହୁଏ, ତା’କୁ ଦୁଃଖ ହୁଏ ଆଉ ସେ ପୁଣି ବୈର(ଶତ୍ରୁତା) ବାନ୍ଧେ । ତେବେ ପୁଣି ପରଜନ୍ମରେ ପୁଣି ଦେଖାହେବ !
ମା-ବାପା ନିଜ ପିଲାମାନଙ୍କ ଉପରେ ଏବଂ ଗୁରୁ ନିଜ ଶିଷ୍ୟ ମାନଙ୍କ ଉପରେ କ୍ରୋଧ କଲେ ତା’ଦ୍ଵାରା ପୁଣ୍ୟ ବନ୍ଧା ହୁଏ, କାରଣ ତା’ ପଛରେ ଉଦ୍ଦେଶ୍ୟ ତା’ର ଭଲ ପାଇଁ, ସୁଧାରିବା ପାଇଁ ଅଟେ । ସାର୍ଥ ପାଇଁ ହେବ ତେବେ ପାପ ବନ୍ଧା ହେବ । ବୀତରାଗମାନଙ୍କର ସମଝର ସୂକ୍ଷ୍ମତା ତ’ ଦେଖ !
ପ୍ରସ୍ତୁତ ପୁସ୍ତକରେ କ୍ରୋଧ, ଯାହା ବିଷମ ସମସ୍ୟା ସୃଷ୍ଟି କରୁଥିବା ଖୋଲା କଷାୟ ଅଟେ, ତା’ ସମ୍ବନ୍ଧୀୟ ସମସ୍ତ କଥା ବିସ୍ତାର ପୂର୍ବକ ସଂକଳନ କରି ଏଠାରେ ପ୍ରକାଶିତ ହୋଇଛି, ଯାହା ପାଠକଙ୍କୁ କ୍ରୋଧରୁ ମୁକ୍ତ ହେବା ପାଇଁ ପୂର୍ଣତୟା ସହାୟକ ହେବ, ଏହି ଅଭ୍ୟର୍ଥନା ।
-ଡ଼ା. ନୀରୂବହନ ଅମୀନ