________________
ଶୁଦ୍ଧାମ୍ବାଙ୍କ ପ୍ରତି ପ୍ରାର୍ଥନା
(ପ୍ରତିଦିନ ଥରେ ବୋଲନ୍ତୁ) ହେ ଅନ୍ତର୍ଯ୍ୟାମି ପରମାତ୍ମା ! ଆପଣ ପ୍ରତ୍ୟେକ ଜୀବମାତ୍ର ଭିତରେ ବିରାଜମାନ ଅଛନ୍ତି, ଠିକ ସେହିପରି ମୋ ଭିତରେ ମଧ୍ୟ ବିରାଜମାନ ଅଛନ୍ତି । ଆପଣଙ୍କ ସରୂପ ହିଁ ମୋ ସରୂପ ଅଟେ । ମୋ ସରୂପ ଶୁଦ୍ଧିମ୍ବା ଅଟେ ।
। ହେ ଶୁଦ୍ଧାମ୍ ଭଗବାନ ! ମୁଁ ଆପଣଙ୍କୁ ଅଭେଦ ଭାବରେ ଅତ୍ୟନ୍ତ ଭକ୍ତିପୂର୍ବକ ନମସ୍କାର କରୁଛି । ଅଜ୍ଞାନତାବଶ ମୁଁ ଯେଉଁ ଯେଉଁ* *ଦୋଷ କରିଛି, ସେ ସବୁ ଦୋଷଗୁଡ଼ିକୁ ଆପଣଙ୍କ ସମ୍ମୁଖରେ ପ୍ରକାଶ କରୁଛି । ସେ ସବୁ ପାଇଁ ହୃଦୟପୂର୍ବକ ବହୁତ ପଶ୍ଚାତାପ କରୁଛି ଏବଂ ଆପଣଙ୍କୁ କ୍ଷମା-ପ୍ରାର୍ଥନା କରୁଛି । ହେ ପ୍ରଭୁ ! ମୋତେ କ୍ଷମା କରନ୍ତୁ, କ୍ଷମା କରନ୍ତୁ, କ୍ଷମା କରନ୍ତୁ ଆଉ ପୁଣି ଏପରି ଦୋଷ ନ କରେ, ଏପରି ଆପଣ ମୋତେ ଶକ୍ତି ଦିଅନ୍ତୁ, ଶକ୍ତି ଦିଅନ୍ତୁ, ଶକ୍ତି ଦିଅନ୍ତୁ ।
। ହେ ଶୁଦ୍ଧମା ଭଗବାନ ! ଆପଣ ଏପରି କୃପା କରନ୍ତୁ ଯେପରି ମୋତେ ଭେଦଭାବ ଛୁଟିଯାଉ ଏବଂ ଅଭେଦ ସରୂପ ପ୍ରାପ୍ତ ହେଉ । ମୁଁ ଆପଣଙ୍କ ସହ ଅଭେଦ ସରୂପରେ ତନ୍ମୟାକାର ରୁହେଁ । ** ଯେଉଁ ଯେଉଁ ଦୋଷ ହୋଇଛି, ସେ ସବୁକୁ ମନରେ ପ୍ରକାଶ କରନ୍ତୁ ।
। ପ୍ରତିକ୍ରମଣ ବିଦ୍ଧି । ପ୍ରତ୍ୟକ୍ଷ ଦାଦା ଭଗବାନଙ୍କ ସାକ୍ଷୀରେ, ଦେହଧାରୀ (ଯାହା ପ୍ରତି ଦୋଷ ହୋଇଥିବ, ସେ ବ୍ୟକ୍ତିର ନାମ) ଙ୍କ ମନ-ବଚନ-କାୟା ଏବଂ ଭାବକର୍ମଦ୍ରବ୍ୟକର୍ମ-ନୋକର୍ମ ରୁ ଭିନ୍ନ, ଏପରି ହେ ଶୁଦ୍ଧିମ୍ବା ଭଗବାନ, ଆପଣଙ୍କ ସାକ୍ଷୀରେ, ଆଜି ଦିନ ପର୍ଯ୍ୟନ୍ତ ମୋ ଦ୍ଵାରା ଯେଉଁ ଯେଉଁ**ଦୋଷ ହୋଇଛି, ସେ ସବୁ ପାଇଁ ମୁଁ କ୍ଷମା ମାଗୁଛି । ହୃଦୟପୂର୍ବକ ବହୁତ ପଶ୍ଚାତାପ କରୁଛି । ମୋତେ କ୍ଷମା କରନ୍ତୁ ଏବଂ ଏପରି ଦୋଷ କେବେ ମଧ୍ୟ କରିବିନି, ଏପରି ଦୃଢ଼ ନିଶ୍ଚୟ’ କରୁଛି । ସେଥିପାଇଁ ମୋତେ ପରମ ଶକ୍ତି ଦିଅନ୍ତୁ । ** କ୍ରୋଧ-ମାନ-ମାୟା-ଲୋଭ, ବିଷୟ -ବିକାର, କଷାୟ ଇତ୍ୟାଦି ଦ୍ବାରା କାହାରିକୁ ମଧ୍ୟ ଦୁଃଖ ପହଞ୍ଚାଇଥିବ, ସେ ଦୋଷଗୁଡ଼ିକୁ ମନରେ ସ୍ମରଣ କରନ୍ତୁ ।