________________
କ୍ରୋଧ
ପୁରା ଜଗତ ଦୁର୍ବଳମାନଙ୍କୁ ହିଁ ମାରିଥାଏ । ଘରକୁ ଯାଇ ସାମୀ ନିଜ ସ୍ତ୍ରୀ ଉପରେ ଶୁରବୀରତା ଦେଖାଏ । ଖୁଣ୍ଟରେ ବନ୍ଧା ହୋଇଥିବା ଗାଇକୁ ମାରିବା ତେବେ ସେ କେଉଁଆଡ଼େ ଯିବ ? ଆଉ ଖୋଲିବା ପରେ ମାରିବା ତେବେ ? ଦୌଡ଼ି ପଳାଇବା ନଚେତ୍ ସାମ୍ନା କରିବ ।
। ନିଜର ଶକ୍ତି ଥିବା ସତ୍ତ୍ୱେ ମଣିଷ ସାମ୍ବାବାଲାର ଅନିଷ୍ଟ ନକରେ, ନିଜର ଶତ୍ରୁକୁ ମଧ୍ୟ ଦୁଃଖୀ ନକରେ, ତାହା ବହୁତ ବଡ଼ ବଳ କୁହାଯାଏ । ଏବେ କେହି ତୁମ ଉପରେ କ୍ରୋଧ କରେ ଆଉ ତୁମେ ମଧ୍ୟ ତା’ ଉପରେ କ୍ରୋଧିତ ହୋଇଯାଆ ତେବେ ତାହା ଦୁର୍ବଳତା କୁହାଯିବନି ? ଅର୍ଥାତ ମୁଁ କ’ଣ କହିବାକୁ ଚାହୁଁଛି କି ଏ କ୍ରୋଧ-ମାନ-ମାୟା-ଲୋଭ, ଏସବୁ ନିର୍ବଳତା ଅଟେ । ଯିଏ ବଳବାନ, ତା’କୁ କ୍ରୋଧ କରିବାର ଆବଶ୍ୟକତା କେଉଁଠି ରହିଲା ? କିନ୍ତୁ ଏମାନେ ତ, କ୍ରୋଧର ଯେତିକି ତାପ ଥାଏ, ସେହି ତାପ ଦ୍ଵାରା ସାମ୍ରାବାଲାକୁ ବଶୀଭୂତ କରିବା ପାଇଁ ଯାଆନ୍ତି । କିନ୍ତୁ ଯାହାର କ୍ରୋଧ ନାହିଁ, ତା’ ପାଖରେ କିଛି ତ ନିଶ୍ଚିତ ଥିବ ନା ? ତା’ର ଶୀ’ ନାମକ ଯେଉଁ ଚାରିତ୍ର ଥାଏ ତାହା ଦ୍ଵାରା ପଶୁମାନେ ମଧ୍ୟ ବଶୀଭୂତ ହୋଇଯାନ୍ତି । ବାଘ, ସିଂହ, ଶତୁ ଇତ୍ୟାଦି, ପୂରା ସେନା ସମସ୍ତେ ବଶୀଭୂତ ହୋଇଯାନ୍ତି !
କ୍ରୋଧୀ, ସେ ଅବଳା ଅଟେ ! ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦା, କେବେ କେହି ବ୍ୟକ୍ତି ଆମ ସାମ୍ନାରେ ଗରମ ଦେଖାଏ, ତେବେ କ’ଣ କରିବା ଉଚିତ୍ ?
। ଦାଦାଶ୍ରୀ : ଗରମ ତ ହୋଇଯିବେ ନା ! ଏହା କ’ଣ ତାଙ୍କ ହାତର କଥା ? ଭିତରର ମଶୀନାରୀ ଆମ ହାତରେ ନାହିଁ ନା ! ଏଠି ତ ଯେନ ତେନ ପ୍ରକାରେ ଏ ମଶୀନାରୀ ଚାଲୁଅଛି । ଯଦି ନିଜ ହାତରେ ଥାଆନ୍ତା ତେବେ କେହି ମଶୀନାରୀ ଗରମ ହେବାକୁ ହିଁ ଦେଇନଥାନ୍ତେ ନା ! ସାମାନ୍ୟ ମଧ୍ୟ ଗରମ ହୋଇଯିବା ଅର୍ଥାତ ଗଧ ପାଲଟିଯିବା । ମଣିଷତ୍ତ୍ବ ଥାଉ ଥାଉ ଗଧ ହୋଇଗଲୁ ! ଏପରି କେହି କରିବେ ହିଁ ନାହିଁ ନା ! କିନ୍ତୁ ଯାହା ନିଜ ହାତରେ ନାହିଁ, ସେଠି ପୁଣି କ’ଣ କରିହେବ ?